ଓଡିଆନ୍ ନ୍ୟୁଜ

162

ନେପାଳ ସରକାର ଆଣିବା ନୂଆ ଆଇନ,ସନ୍ତାନ ନିଜର ରୋଜଗାରର ୫ରୁ ୧୦ ପ୍ରତିଶତ ଅଭିଭାବକଙ୍କ ହେପାଜତ ପାଇଁ ସଂଚୟକରିବେ

Team Odian News |

ନେପାଳ ସରକାର ଆଣିବା ନୂଆ ଆଇନ,ସନ୍ତାନ ନିଜର ରୋଜଗାରର ୫ରୁ ୧୦ ପ୍ରତିଶତ ଅଭିଭାବକଙ୍କ ହେପାଜତ ପାଇଁ ସଂଚୟକରିବେ 


କାଠମାଣ୍ଡୁ,୫/୧(ଓଡ଼ିଆନ ନ୍ୟୁଜ ): ନେପାଳ ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କ ସନ୍ତାନ ନିଜର ରୋଜଗାରର ୫ରୁ ୧୦ ପ୍ରତିଶତ ଅଭିଭାବକଙ୍କ ହେପାଜତ ପାଇଁ ତାଙ୍କ ଖାତାରେ ଜମା କରିବେ। ସରକାରଙ୍କ ଜଣେ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା କୁନ୍ଦନ ଅରୟାଲଙ୍କ ଅନୁସାରେ କ୍ୟାବିନେଟ ବୈଠକରେ ଏଭଳି ବ୍ୟବସ୍ଥା କରି ବରିଷ୍ଠ ନାଗରିକ ଆଇନ ୨୦୦୬ରେ ସଂଶୋଧନ ଉପରେ ଏକ ବିଧେୟକ ସଂସଦରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅରୟାଲ କହିଛନ୍ତି, ପ୍ରସ୍ତାବିତ ବିଧେୟକର ମୁଖ୍ୟ ଲକ୍ଷ୍ୟ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ। ନୂଆ ନିୟମ ଅନୁସାରେ ସନ୍ତାନକୁ ନିଜର ଆୟର ୫ରୁ ୧୦ ପ୍ରତିଶତ ନିଜର ବରିଷ୍ଠ ଅଭିଭାବକଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ ପଡ଼ିବ।