ଓଡିଆନ୍ ନ୍ୟୁଜ

174

ମୁମ୍ବାଇ ରେଲ୍‌ଓ୍ୱେ ଷ୍ଟେସନ ଫୁଟ୍‌ଓଭର୍‌ ବ୍ରିଜ୍‌ରେ ଦଳାଚକଟା, ୨୨ ମୃତ, ୩୫ ଗୁରୁତର

Team Odian News |

ମୁମ୍ବାଇ ରେଲ୍‌ଓ୍ୱେ ଷ୍ଟେସନ ଫୁଟ୍‌ଓଭର୍‌ ବ୍ରିଜ୍‌ରେ ଦଳାଚକଟା, ୨୨ ମୃତ, ୩୫ ଗୁରୁତର
ମୁମ୍ବାଇ୨୯/୯(ଓଡ଼ିଆନ୍‍ ନ୍ୟୁଜ୍‍): ମୁମ୍ବାଇ ରେଳ ଷ୍ଟେସନର ଫୁଟ୍‌ ଓଭରବ୍ରିଜ୍‌ରେ ଦଳାଚକଟା କାରଣରୁ ୨୨ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାରର ଏହି ବଡ ଦୁର୍ଘଟଣା ପରେଲ ଓ ଏଲାଫିଂଷ୍ଟନ ରେଲଓ୍ୱେ ଷ୍ଟେସନ ମଧ୍ୟରେ ଥିବା ଓଭର୍‌ବ୍ରିଜ୍‌ରେ ଘଟିଛି । ୩୫ରୁ ଅଧିକ ଲୋକ ଆହତ ହୋଇଥିବାର ପ୍ରକାଶ  ପାଇଛି । କୁହାଯାଉଛି ବର୍ଷା କାରଣରୁ ଓଭର୍‌ବ୍ରିଜ୍‌ ଖସଡା ହୋଇଥିଲା, ରେଲିଂର କିଛି ଅଂଶ ଭାଙ୍ଗିଯିବାରୁ ଏପରି ଦୁର୍ଘଟଣା ଘଟିଲା ।
 ଦୁର୍ଘଟଣା ପରେ ବିଏମ୍‌ସି ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି । ନମ୍ବର ହେଲା -୨୪୧୩୬୦୫୧, -୨୪୧୦୭୦୨୦, -୨୪୧୩୧୪୧୯ ।  ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ୧୦.୩୪ ସମୟରେ ରେଳ ପ୍ରଶାସନକୁ ଫୋନ୍‌ରେ ସୂଚନା ଦିଆଯାଇଥିଲା । ମାତ୍ର ଅଧଘଣ୍ଟା ପର୍ୟ୍ୟନ୍ତ କେହି ଆସିନଥିଲେ । ରେଲଓ୍ୱେକୁ ଏହି ବ୍ରିଜ୍‌ ବାବଦରେ ପୂର୍ବରୁ ଅଭିଯୋଗ କରାଯାଇଥିଲା । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଚିକିତ୍ସା ପାଇଁ ଆସିବା ପୂର୍ବରୁ ୧୫ ଲୋକ ମରି ସାରିଥିଲେ । ଘଟଣାସ୍ଥଳକୁ ଦେଖିଲେ ଫୁଟ୍‌ ଓଭରବ୍ରିଜ୍‌ ଖସଡା ଥିଲା । ହଜାର ସଂଖ୍ୟାରେ ଲୋକ ଜମା ହୋଇ ଖସିବା କାରଣରୁ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଖସିଯିବା କାରଣରୁ ବହୁଲୋକ ବ୍ରିଜ୍‌ର ରେଲିଂ ଧରିଥିଲେ, ଫଳରେ ରେଲିଂ ଭାଙ୍ଗି ଯାଇଥିଲା । ଏହାପରେ ଦଳାଚକଟା ହୋଇଥିଲା ।