ଓଡିଆନ୍ ନ୍ୟୁଜ

179

ପଳାତକ ଘୋଷିତ ହେଲେ ଵିଜୟ ମାଲ୍ୟା

Team Odian News |

ପଳାତକ ଘୋଷିତ ହେଲେ ଵିଜୟ ମାଲ୍ୟା ନୂଆଦିଲ୍ଲୀ,୫/୧(ଓଡ଼ିଆନ ନ୍ୟୁଜ ) ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ୨୦୧୮ ଅନୁସାରେ ମାଲ୍ୟା ଭାରତର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ ହୋଇଛନ୍ତି। ପ୍ରବର୍ତନ ନିର୍ଦ୍ଦେଶାଳୟର ଆବେଦନ ଭିତ୍ତିରେ ଶନିବାର ସ୍ବତନ୍ତ୍ର ଅଦାଲତରେ ଵିଚାରପତି ଏମ୍ ଏସ୍ ଆଜମୀ ମାଲ୍ୟାଙ୍କୁ ପଳାତକ ଘୋଷଣା କରିଛନ୍ତି। ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡିବା ଓ ଯାଞ୍ଚ ପାଇଁ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ ବୀହିନ ୱାରେଂଟ ଜାରି ହୋଇସାରିଛି ।ଆର୍ଥିକ ଅପରାଧୀ ଘୋଷିତ ହେବା ପରେ ତାଙ୍କ ସମ୍ପତି ଜବତ କରିବାର ଅଧିକାର ସରକାରଙ୍କୁ ମିଳିଛି । ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଠକି ନେଇଥିବା ମାଲ୍ୟା ୨୦୧୬ରୁ ଦେଶ ଛାଡି ଵ୍ରିଟେନରେ ରହୁଛନ୍ତି। ଆର୍ଥିକ ପଳାତକ ଘୋଷଣା ପରେ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିପାରେ ବୋଲି କୁହାଯାଇଛି।