ଓଡିଆନ୍ ନ୍ୟୁଜ

107

ଆଜିଠୁ ଭିତରକନିକା ବନ୍ଦ

Team Odian News |

ରାଜନଗର ୬ /୧(ଓଡିଆନ ନ୍ୟୁଜ) : ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।ଏହି ସମୟରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ। ଏଥିପାଇଁ ୧୬ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ରୁ ୪ଜଣ ସଦସ୍ୟ ରହିବେ।ଏହାଛଡ଼ା ଭିତରକନିକାରେ ଥିବା କୁମ୍ଭୀରଙ୍କ ଗଣନା ମଧ୍ୟ କରାଯିବ। ବମ୍ବେ ନାଚୁରାଲ୍‌ ହ୍ରିଷ୍ଟ୍ରି ସୋସାଇଟିର ଉପନିର୍ଦ୍ଦେଶକ ଡଃ ବାଲ୍‌ଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି। ଜାନୁଆରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ଏହି ୯ ଦିନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ଜାତୀୟଉଦ୍ୟାନ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଛି। ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବ˚ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହ˚ସିଣା ଘାଟ ଏବ˚ ବତୀଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ। ଏହି ଗଣନାରେ ୧୨ଟି ଟିମ୍‌ ସାମିଲ ହେବେ। ସେହିପରି ଭିତରକନିକା ଜାତୀୟଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଆବାହମାନ କାଳରୁ ବସବାସ କରୁଥିବା ବଉଳାକୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ମଧୢ ଏକା ସମୟରେ କରାଯିବ। ଓଡିଶାର ବିଶିଷ୍ଟ ବଉଳାକୁମ୍ଭୀର ବିଷାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୮ଟି ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ।