ଓଡିଆନ୍ ନ୍ୟୁଜ

198

ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

Team Odian News |

ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର,୬/୧(ଓଡ଼ିଆନ ନ୍ୟୁଜ) : ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାରଥୀ, ଇସ୍ତଫା ପରେ ପ୍ରତିକ୍ରିୟା ଦେଇ ପ୍ରଦୀପ ମହାରଥୀ କହିଛନ୍ତି - ମୁଁ ବିଜୁ ଜନତା ଦଳର ଜଣେ ସଚ୍ଚୋଟ କର୍ମୀ, ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି, ଦଳ ଉପରେ ଚାପ ନପଡୁ, ତେଣୁ ସ୍ୱତଃ ପ୍ରବୃତ୍ତ ଇସ୍ତଫା ଦେଲି। ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ୨ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ଶିଶିଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ୍ୟ ପଶୁପାଳନ ଓ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାରଥୀଙ୍କ ଇସ୍ତଫା ପରେ ପୀଡ଼ିତାଙ୍କ ପରିବାରର ପ୍ରତିକ୍ରିୟା; ମହାରଥୀଙ୍କ ଇସ୍ତଫାରୁ ଆମକୁ କଣ ମିଳିବ ?, ମହାରଥୀଙ୍କ ଇସ୍ତଫା ତାଙ୍କର ଓ ସରକାରଙ୍କ କଥା, ଦୋଷୀ ଦଣ୍ଡ ପାଇବା ଦରକାର ବୋଲି କହିଛନ୍ତି ।