ଓଡିଆନ୍ ନ୍ୟୁଜ

150

ପୂର୍ଣ୍ଣିମା ଓ ବବିତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Team Odian News |

କେନ୍ଦ୍ରାପଡ଼ା,୬ /୧(ଓଡିଆନ ନ୍ୟୁଜ) : କେନ୍ଦ୍ରାପଡ଼ା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡି ଘଟଣାରେ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପାଣିଆ ଗାଁର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ବବିତା ଗିରିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ଗତ ୨ ତାରିଖ ରାତିରେ କୁଜଙ୍ଗ ହସିଣା ଗାଁର ୫୫ ଜଣ ହୁକିଟୋଲାରୁ ଭୋଜି କରି ଏକ ଡଙ୍ଗାରେ ଫେରୁଥିବାବେଳେ ନିପାଣିଆ ନିକଟରେ ବୁଡିଯାଇଥିଲା। ତେବେ ବବିତା ଓ  ପୂର୍ଣ୍ଣିମା ହାଡ଼ ଥରା ଜାଡ଼, ଅନ୍ଧାର ଆଉ ଜୁଆରିଆ ନଈକୁ ଖାତିର ନକରି ପାଣି ଭିତରକୁ ଡେଇଁ ପଡି ଛୋଟ ଛୋଟ ପିଲାଙ୍କ ସମେତ ୧୦ରୁ ଅଧିକ ଲୋକଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିଲେ।  ଏହି ସାହସିକତା ପାଇଁ ଦୁଇ ଜଣଙ୍କୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଥିଲା ମହାକାଳପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହିଥିଲେ  ।