ଓଡିଆନ୍ ନ୍ୟୁଜ

120

୨୦୧୮ବର୍ଷର ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ:୧୮୨ଟି ଟ୍ରାପ୍ ମାମଲା ରୁଜୁ ହୋଇଛି

Team Odian News |


୨୦୧୮ବର୍ଷର ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ:୧୮୨ଟି ଟ୍ରାପ୍ ମାମଲା ରୁଜୁ ହୋଇଛି 


ଭୁବନେଶ୍ୱର,୭ /୧(ଓଡ଼ିଆନ ନ୍ୟୁଜ):  ୨୦୧୮ବର୍ଷର ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ । ବିଭିନ୍ନ ମାମଲାରେ ୨୪୧ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ , ୨୬ କ୍ଲାସ୍‌-୧ ଅଧିକାରୀ, ୧୯ କ୍ଲାସ୍‌-୨ ଅଧିକାରୀ ଗିରଫ ହୋଇଛନ୍ତି, ୧୮୨ କ୍ଲାସ୍‌-୩ ଅଧିକାରୀ ଓ ୯ କ୍ଲାସ୍‌-୪ ଅଧିକାରୀ ଗିରଫ ହୋଇଛନ୍ତି ବୋଲି ଏହି ରିପୋର୍ଟ କାର୍ଡରୁ ଜଣାପଡିଛି । ୫ ଜଣ ବେସରକାରୀ ଅଫିସର ମଧ୍ୟ ଗିରଫ ହୋଇଛନ୍ତି , ୪୨୯ଟି ଆପରାଧିକ ମାମଲାରେ ୭୦୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ୫୪୨ ଜଣ ସରକାରୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ଲୋକ ଅଛନ୍ତି, ଲାଞ୍ଚ ନେଉଥିବା ବେଳେ ୧୯୫ ଜଣଙ୍କ ବିରୋଧରେ ୧୮୨ଟି ଟ୍ରାପ୍ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ୯୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୪୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।