ଓଡିଆନ୍ ନ୍ୟୁଜ

142

ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣକୁ କ୍ୟାବିନେଟ ମଞ୍ଜୁରି

Team Odian News |

ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣକୁ କ୍ୟାବିନେଟ ମଞ୍ଜୁରି 


ନୂଆଦିଲ୍ଲୀ,୭ /୧(ଓଡ଼ିଆନ ନ୍ୟୁଜ):୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଉପହାର, ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ସବର୍ଣ୍ଣ ପାଇବେ ସୁବିଧା। ପୂର୍ବ ନିର୍ଦ୍ଧାରିତ ୫୦% ସଂରକ୍ଷଣ ବାହାରେ ରହିବ ଏହି ୧୦% ସଂରକ୍ଷଣ। ୬୦% ସଂରକ୍ଷଣ ପାଇଁ ସଂସଦରେ ଆସିବ ସମ୍ବିଧାନ ସଂଶୋଧନ ବିଲ୍‌, କାଲି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ ହୋଇପାରେ ସମ୍ବିଧାନର ୧୫ ଓ ୧୬ ଧାରାରେ ସଂଶୋଧନ ପାଇଁ ଆସିବ ବିଲ୍‌। ସରକାରୀ ଚାକିରିରେ ସର୍ବାଧିକ ୫୦% ସଂରକ୍ଷଣ ରଖିବାକୁ କହିଥିଲେ SC। ମାତ୍ର କେଉଁ ଭଳି ଆର୍ଥିକ ସ୍ଥିତି ଥିଲେ ଏହା ପ୍ରଯୁଜ୍ୟ ସେ ନେଇ ୫ଟି ସର୍ତ୍ତ ମଧ୍ୟ ଜାରି କରାଯାଇଛି। ଜାଣନ୍ତୁ କେଉଁମାନେ କେନ୍ଦ୍ର ସରକାର ଆଣୁଥିବା ଏହି ସୁବିଧା ହାସଲ କରିବାକୁ ହକଦାର।
• ଯେଉଁ ସାଧାରଣ ବର୍ଗର ଉଚ୍ଚ ଜାତିର ବ୍ୟକ୍ତିଙ୍କ ରୋଜଗାର ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ସେମାନେ ସଂରକ୍ଷଣ ସୁବିଧା ପାଇବେ।
• ୫ ହେକ୍ଟରରୁ କମ୍‌ ଚାଷ ଜମି ଥିବା ବ୍ୟକ୍ତିି  ସଂରକ୍ଷଣର ହକଦାର।
• ବାସସ୍ଥାନ ବା ଗୃହର ଆକାର ୧୦୦୦ ବର୍ଗ ଫୁଟ୍‌ରୁ କମ୍‌ ହୋଇଥିବା ବ୍ୟକ୍ତି ଏହି ସୁବିଧା ପାଇବେ।
• ମୁନିସିପାଲିଟି ଅଞ୍ଚଳରେ ୧୦୯ ୟାର୍ଡରୁ କମ୍‌ ଅଞ୍ଚଳ ପରିମିତ ବାସପୋଯୋଗୀ ଜମି ଥିବା ବ୍ୟକ୍ତି ହିଁ ସଂରକ୍ଷଣ ଲାଗି ଉପଯୁକ୍ତ ।
• ଅଣ-ମୁନିସିପାଲିଟି ଅଞ୍ଚଳରେ ୨୦୯ ୟାର୍ଡରୁ କମ୍‌ ଅଞ୍ଚଳ ପରିମିତ ବାସୋପଯୋଗୀ ଜମି ଥିବା ବ୍ୟକ୍ତିି ଏଥିଲାଗି ଯୋଗ୍ୟ ବିବେଚିତ ହେବେ। ତେବେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରବିା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଏ ନେଇ ସଂସଦରେ ବିଲ୍‌ ଆଗତ କରାଯିବ।