ଓଡିଆନ୍ ନ୍ୟୁଜ

189

ରିଲିଜ୍‌ ହେଲା ‘ପିଏମ୍‌ ନରେନ୍ଦ୍ର’ ଚଳଚ୍ଚିତ୍ରର ପୋଷ୍ଟର୍‌

Team Odian News |

ରିଲିଜ୍‌ ହେଲା ‘ପିଏମ୍‌ ନରେନ୍ଦ୍ର’ ଚଳଚ୍ଚିତ୍ରର ପୋଷ୍ଟର୍‌


୭ /୧(ଓଡ଼ିଆନ ନ୍ୟୁଜ): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ  ଜୀବନୀକୁ ନେଇ ଫିଲ୍ମ ତିଆରି ହେବାପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ‘ପିଏମ୍‌ ନରେନ୍ଦ୍ର’ ମୋଦିଙ୍କ ନାମରେ ଚଳଚ୍ଚିତ୍ର ତିଆରି ଚାଲିଛି ।  ଏହି ଚଳଚ୍ଚିତ୍ରର ପୋଷ୍ଟର୍‌ ଏବେ ରିଲିଜ୍‌ ହୋଇସାରିଛି। ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ବିବେକ ଓବରାୟ। ବିବେକ ଅବିକଳ ମୋଦିଙ୍କ ପରି ଦିଶୁଛନ୍ତି। ଏହି ଚଳଚ୍ଚିତ୍ରର ପଞ୍ଚଲାଇନ୍‌ ରହିଛି ‘ଦେଶ ଭକ୍ତି ହି ମେରି ଶକ୍ତି’। ଏହି ଚଳଚ୍ଚିତ୍ରର ପୋଷ୍ଟର ୨୨ଟି ଭାଷାରେ ଲଞ୍ଚ କରାଯାଇଛି। ଆଶା କରାଯାଉଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ମୋଦିଙ୍କ ପାଇଁ ମାଷ୍ଟର୍‌ ଷ୍ଟ୍ରୋକ୍‌ ସାବ୍ୟସ୍ତ ହୋଇପାରେ।