ଓଡିଆନ୍ ନ୍ୟୁଜ

207

କାଲିଠୁ ୨ ଦିନିଆ ଭାରତ ବନ୍ଦ, ସମସ୍ତ ସ୍କୁଲ କଲେଜ ବନ୍ଦ

Team Odian News |

କାଲିଠୁ ୨ ଦିନିଆ ଭାରତ ବନ୍ଦ, ସମସ୍ତ ସ୍କୁଲ କଲେଜ ବନ୍ଦ 
ଭୁବନେଶ୍ୱର,୭ /୧(ଓଡ଼ିଆନ ନ୍ୟୁଜ)::କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ କାଲିଠୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନି୍ଅନର ୨ ଦିନିଆ ବନ୍ଦ ଡାକରା, ସାମିଲ ହେବେ ୧୦ଟି ବଡ଼ ଶ୍ରମିକ ସଂଘ। INTUC, AITUC, HMS, CITU, AITUC, TUCC, SEWA, AICCTU, LPF, UTUC​, ବନ୍ଦ ଡାକରାକୁ ସମର୍ଥନ କଲା ବିଜେଡି ଶ୍ରମିକ ସାମ୍ମୁଖ୍ୟ ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ ଏନେଇ  ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।