ଓଡିଆନ୍ ନ୍ୟୁଜ

159

ଫେଲ୍ ମାରିଛି ମହାପ୍ରୟାଣ: ପୁଣି କାନ୍ଧରେ ବୁହାହେଲା ଶବ

Team Odian News |

ଫେଲ୍ ମାରିଛି ମହାପ୍ରୟାଣ: ପୁଣି କାନ୍ଧରେ ବୁହାହେଲା ଶବ


ଶୁକୃଳି ,୭/୧(ଓଡ଼ିଆନ୍ ନ୍ୟୁଜ):ଗରିବ -ଅଚିହ୍ନା ଶବ ସତ୍କାର ଓ ଚିକିତ୍ସାଳୟରୁ ଶବକୁ ବୋହିନେବା ପାଇଁ ମହାପରାୟଣ ଓ ହରିଶ୍ଚନ୍ଦ୍ର ଭଳି ଯୋଜନା ରାଜ୍ୟସରକାର କରିଛନ୍ତି । ହେଲେ ଏହା ଲୋକଙ୍କ କାମରେ ଲାଗୁ ନାହିଁ ଯୋଜନା ଫେଲମାରୁଛି । ଶୁକୃଳି ମେଡ଼ିକାଲରେ ମରିଥିବା ସ୍ତ୍ରୀକୁ ସ୍ୱାମୀ କାନ୍ଧରେ ବୋହିନେବା ଘଟଣା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ରରୁଆଁ ବ୍ଳକ ବୈଦ୍ୟନାଥ ଗ୍ରାମର ଶତୃଘନ ହେମ୍ବ୍ରମଙ୍କ ସ୍ତ୍ରୀ ସୁମିତ୍ରାଙ୍କ ଦେହ ଅସୁସ୍ଥ ହେବାରୁ ଶୁକୃଳି ଡାକ୍ତରଖାନାରେ ଗତ ବୁଦବାର ଦିନ ଭର୍ତ୍ତି କରାଯାଇଥିଲା  । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁମିତ୍ରାଙ୍କର ମୃତ୍ୟୁ ରବିବାର ସକାଳ ୮ଟାରେ ହୋଇଥିଲା । ଶତୃଘନ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ଲୋକ  ।  ଡାକ୍ତରଖାନାରୁ ଶବ ବୋହି ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା ଜାଣି ସେ ନିରାଶ ହେବା ସହ ପାଖରେ ଗାଡ଼ି କରିବାକୁ ଟଙ୍କାନଥିବାରୁ ସ୍ତ୍ରୀଙ୍କ ଶବ କାନେ୍ଧଇ ନେବାକୁ ବାଧ୍ୟ ହୋଇଥିବାର ପ୍ରକାଶ କରନ୍ତି । ଶବ ନେବା ପାଇଁ ଗାଡ଼ି ଠିକ୍ କରିଥିଲେ ହେଲେ ସେ କହିଥିବା ୩ହଜାର ଟଙ୍କା ଦେବା ତାଙ୍କ ପକ୍ଷେ ସମ୍ଭବ ପର ନଥିଲା । ସୁମିତ୍ରା ସକାଳୁ ମରିଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ି ରହିଲେ । ଅନ୍ୟ କୌଣସି ଉପାୟ ନପାଇ ଶତୃଘନ,ତାଙ୍କ ପୁଅ ଓ ନାତୀ ଶବକୁ ନିଜ କାନ୍ଧରେ ବୋହିନେଇଥିଲେ ।