ଓଡିଆନ୍ ନ୍ୟୁଜ

184

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ପକ୍ଷରୁ ଆଜିଠାରୁ ୨ ଦିନିଆ ଧର୍ମଘଟ ଡାକରା

Team Odian News |

ଭୁବନେଶ୍ୱର, ୮ /୧(ଓଡ଼ିଆନ ନ୍ୟୁଜ): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜିଠାରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଶ୍ରମିକ ସଙ୍ଗଠନ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧର୍ମଘଟ କରୁଛନ୍ତି। ଏହି ଧର୍ମଘଟରେ ଦେଶବ୍ୟାପୀ ୧୦ଟି ଶ୍ରମିକ ସଙ୍ଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି। ଧର୍ମଘଟକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, ବିଦ୍ୟୁତ୍‌, ବ୍ୟାଙ୍କ, ବୀମା ଓ ପରିବହନ କର୍ମଚାରୀ ସମର୍ଥନ କରୁଥିବା ଟ୍ରେଡ୍‌ ୟୁନିୟନ କହିଛି।ଟ୍ରେଡ୍‌ ୟୁନିୟନର ଆନ୍ଦୋଳନ ଯୋଗୁ ଦେଶରେ ବିଭିନ୍ନ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାର ପ୍ରଭାବ ରାଜ୍ୟର ପ୍ରମୁଖ ଶିଳ୍ପନଗରୀ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବାଲେଶ୍ୱରରେ ଧର୍ମଘଟ ଆରମ୍ଭ ହୋଇଛି। ଶ୍ରମିକ ସଙ୍ଗଠନ ପକ୍ଷରୁ ପିକେଟିଂ କରି ଦୋକାନବଜାର ବନ୍ଦ ଓ ରେଳରୋକ କରାଯାଇଛି। ରେଳ ରୋକ ଯୋଗୁ ଗୁୱାହାଟି-ଥିରୁଭନନ୍ତପୁରମ୍‌ ଟ୍ରେନ୍‌ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି। ସେହିପରି ସହରରେ ବସ୍ ଚଳାଚଳ ମଧ୍ୟ ଠପ୍ ହୋଇଛି।