ଓଡିଆନ୍ ନ୍ୟୁଜ

136

ଏକାଠି ବାଘ କୁମ୍ଭୀର ଦେଖିଲେ ପର୍ଯ୍ୟଟକ

Team Odian News |

ଭୁବନେଶ୍ୱର, ୮ /୧(ଓଡ଼ିଆନ ନ୍ୟୁଜ): ଆଜି ବାଘ ଏନକ୍ଲୋଜରରେ ଏକ କୁମ୍ଭୀର ପସିଯାଇଥିବା ଦେଖିବାକୁ ମିଳିଥିଲା । ଏହା ଜାଣି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିଲା । କୁମ୍ଭୀରକୁ ଏନକ୍ଲୋଜରରୁ ବାହାର କରିବା ପାଇଁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି । ତେବେ କେମିତି ଏକ କୁମ୍ଭୀର ବାଘ ଏନକ୍ଲୋଜରରେ ପସିଗଲା ସେ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ବିଷୟରେ ଚିଡ଼ିଆଖାନା ଅଧିକାରୀ କହିଛନ୍ତି ଯେ, କୁମ୍ଭୀରଟି କୌଣସି ଅଲଗା ଏନକ୍ଲୋଜରରୁ ବାଘ ଏନକ୍ଲୋଜରକୁ ପସିନଥିଲା । ଏହି କୁମ୍ଭୀରଟି ଛୁଆବେଳୁ ସେହି ଏନକ୍ଲୋଜରର ଏକ ନାଳରେ ରହିଯାଇଥିଲା । ଯାହା କର୍ତ୍ତୃପକ୍ଷ ଏହି ବିଷୟରେ ଅବଗତ ନଥିଲେ । ତେବେ ବିଗତ ଦିନମାନଙ୍କରେ ଛୁଆ କୁମ୍ଭୀରଟି ବଡ଼ ହୋଇଯାଇଥିବା ଏନକ୍ଲୋଜରରେ ଦେଖିବାକୁ ମିଳିଥିଲା । ତେବେ କୁମ୍ଭୀରକୁ ଖୁବ୍ଶୀଘ୍ର ସ୍ତାନାନ୍ତର କରାଯିବ ବୋଲି ଚିଡ଼ିଆଖାନା ଅଧିକାରୀ ଜଣାଇଛନ୍ତି ।