ଓଡିଆନ୍ ନ୍ୟୁଜ

178

ପାକିସ୍ତାନୀ ଟିଭିରେ ଦେଖାଯିବନି ଭାରତୀୟ କାର୍ଯ୍ୟକ୍ରମ!

Team Odian News |

ପାକିସ୍ତାନୀ ଟିଭିରେ ଦେଖାଯିବନି  ଭାରତୀୟ କାର୍ଯ୍ୟକ୍ରମ!


ଇସ୍‌ଲାମାବଦ୍‌,୯/୧(ଓଡ଼ିଆନ ନ୍ୟୁଜ):  ପାକିସ୍ତାନର କୌଣସି ଟିଭି ଚ୍ୟାନେଲରେ ଭାରତର କୌଣସିବି କାର୍ଯ୍ୟକ୍ରମ ପ୍ରସାରିତ ବା ପ୍ରଦର୍ଶିତ ହୋଇପାରିବ ନାହିଁ। ପାକିସ୍ତାନୀ ଟିଭି ଚ୍ୟାନେଲଗୁଡ଼ିକ ଉପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି ପାକିସ୍ତାନର ସୁପ୍ରିମ୍‌ କୋର୍ଟ। ପାକ୍‌ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଗତ ଏକ ମାମଲାର ଶୁଣାଣି କରି ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ପାକିସ୍ତାନର ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଥିବା ଦର୍ଶାଇ ଏହି ନିଷେଧାଦେଶ ଲଗାଇଥିବାର ଜଣା ପଡିଛି । ପାକିସ୍ତାନ ଇଲେଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି (ପିଇଏମ୍‌ଆର୍‌ଏ) ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ପାକିସ୍ତାନ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ, ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ପାକିସ୍ତାନୀ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଥିବା ଦର୍ଶାଇ ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ଓ ପ୍ରଦର୍ଶନ ଉପରେ ଏହି ନିଷେଧାଦେଶ ଜାରି କରିଛନ୍ତି। ଭାରତୀୟ ସିନେମା ରିଲିଜ ନେଇ ମଧ୍ୟ ଆଶଙ୍କା ଉପୁଜିପାରେ ।