ଓଡିଆନ୍ ନ୍ୟୁଜ

155

ଆସିଲା ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

Team Odian News |

ଆସିଲା ଅଭିନେତ୍ରୀ  ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ 


କଟକ,୯/୧(ଓଡ଼ିଆନ ନ୍ୟୁଜ):  ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଉଚ୍ଚ ସ୍ଥାନରୁ ପଡ଼ି ହୋଇଛି। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି।ନିକିତାଙ୍କ ମୃତ୍ୟୁକୁ ନେଇ ଖୋଲତାଡ଼ କରୁଥିବା କମିଶନରେଟ୍ ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ନିକିତାଙ୍କ ଶାଶୂ, ଶ୍ୱଶୁରଙ୍କୁ ପୁଲିସ ନୋଟିସ୍ କରିଛି। ହେଲେ ସେମାନେ ଘଟଣା ପରେ ଫେରାର ଅଛନ୍ତି। ସେମାନଙ୍କୁ ପଚରାଉଚରା ପରେ ମାମଲାକୁ ନେଇ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ନିକିତାଙ୍କ ଶାଶୂ ଓ ଶ୍ୱଶୁର। ଗତକାଲି ନିକିତାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ ପରେ ଜେଲ୍‌କୁ ପଠାଇ ଦେଇଛି ପୁଲିସ। ଛାତ ଉପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ଠେଲାପେଲାବେଳେ ନିକିତା ଖସି ପଡ଼ିଥିବା ପୁଲିସ କହିଥିଲା।