ଓଡିଆନ୍ ନ୍ୟୁଜ

118

ଭୁବନେଶ୍ୱର,ଭଡ଼ାରେ ମିଳୁଛି ବାଇକ୍‌

Team Odian News |

ଭୁବନେଶ୍ୱର, ୧୧/୧(ଓଡ଼ିଆନ ନ୍ୟୁଜ): ଭଡାରେ ମିଳୁଛି ବାଇକ୍‌। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି। ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ବାଇକ୍‌ ନେଇ ବୁଲି ପାରିବେ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ। କୋଲକାତାର ଏକ କମ୍ପାନୀ ଡ୍ରପ୍‌ ୟୁ ସଂସ୍ଥା ସହିତ ଏନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।ଯେଉଁମାନଙ୍କ ପାଖରେ ବାଇକ୍‌ ନାହିଁ ବା ବାଇକ୍‌ରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ବୁଲିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଏହି ‘ରେଣ୍ଟ୍‌ ଏ ବାଇକ୍‌ ସ୍କିମ୍‌’ ଯୋଜନାର ଫାଇଦା ନେଇ ପାରିବେ।ଏଥିପାଇଁ ଆପଣଙ୍କୁ ଡ୍ରପ୍‌ ୟୁ ସହ ଯୋଗାଯୋଗ କରି ବାଇକ୍‌ ବୁକିଂ କରିବାକୁ ପଡ଼ିବ। ଏହି ସୁବିଧା ଘଣ୍ଟା କିମ୍ବା ଦିନିକିଆ ଭାବରେ ପାଇ ପାରିବେ। ଏହି ବ୍ୟବସ୍ଥାକୁ ଭୁବନେଶ୍ୱର ଡ୍ରାଇଭିଂ ପରୀକ୍ଷା ପଡ଼ିଆରେ ବିଧିବଦ୍ଧ ଭାବେ ପରିବହନ କମିଶନର ସଞ୍ଜୀବ ପଣ୍ଡା ଉଦ୍‌ଘାଟନ କରିଛନ୍ତି।