ଓଡିଆନ୍ ନ୍ୟୁଜ

168

ଚାକିରି ଛାଡ଼ିଲେ ଆଲୋକ ବର୍ମା

Team Odian News |

ଚାକିରି ଛାଡ଼ିଲେ ଆଲୋକ ବର୍ମା ନୂଆଦିଲ୍ଲୀ,୧୧/୧(ଓଡିଆନ ନ୍ୟୁଜ୍):ବଦଳିକୁ ବିରୋଧ କରି ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଆଲୋକ ବର୍ମା । ଭାରତୀୟ ପୋଲିସ୍ ସେବା IPS ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା । କାଲି ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକଙ୍କୁ ହଟାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର କମିଟି ତାଙ୍କୁ ପଦରୁ ହଟାଇଥିଲା । ପଦରୁ ହଟାଇବା ପରେ ତାଙ୍କୁ ଅଗ୍ନିଶମ ଡିଜି ଦାୟିତ୍ବ ଦିଆଯାଇଥିଲା । ହେଲେ ଦାୟିତ୍ବ ଗ୍ରହଣ ନକରି ଇସ୍ତଫା ଦେଇଛନ୍ତି ବର୍ମା । ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ତାଙ୍କୁ ଅଗ୍ନିଶମ ଡିଜି କରାଇବା ଅପମାନିତ କରାଯାଇଛି ତେଣୁ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବର୍ମା କହିଛନ୍ତି । ତେବେ ବର୍ମାଙ୍କ ବଡ଼ ନିଷ୍ପତ୍ତି ପରେ ପୋଲିସ୍ କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଛି । ୧୯୭୯ ବ୍ୟାଚ୍‌ର ଆଇପିଏସ୍‌ କ୍ୟାଡର ଆଲୋକ ବର୍ମା CBIର ୨୭ତମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତେବେ ୟା ପୂର୍ବରୁ ସେ ଦିଲ୍ଲୀ ପୋଲିସ କମିସନର ଥିଲେ। ୨୦୧୭ରେ ତାଙ୍କୁ ସିବିଆଇ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା ଏବଂ ୨୦୧୯ ଜାନୁଆରୀ ୩୧ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା । ସିବିଆଇ ଅନ୍ତଃକନ୍ଦଳ ପାଇଁ ତାଙ୍କୁ ଗତ ଅକ୍ଟୋବରରେ ରାତି ଅଧିଆ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର । ମାତ୍ର କେନ୍ଦ୍ରକୁ ଝଟକା ଦେଇ ସୁପ୍ରିମକୋର୍ଟ ତାଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । ହେଲେ ଗତକାଲି ହାଇପାୱାର ସିଲେକ୍ସନ ପ୍ୟାନେଲ ତାଙ୍କୁ ପଦରୁ ହଟାଇ ଦେଇଥିଲେ । ଆଲୋକଙ୍କ ନାଁରେ ଲାଞ୍ଚ ଓ ଦୁର୍ନୀତି ଭଳି ସାଂଘାତିକ ଅଭିଯୋଗ ଥିବାରୁ ତାଙ୍କୁ ହଟାଯାଇଥିବା କମିଟି କହିଥିଲା ।