ଓଡିଆନ୍ ନ୍ୟୁଜ

137

ଆଜି ବିଜୟା ଦଶମୀ, ପାପ ଉପରେ ବିଜୟର ହେବ ପୁଣ୍ୟ

Team Odian News |

ଆଜି ବିଜୟା ଦଶମୀ, ପାପ ଉପରେ ବିଜୟର  ହେବ ପୁଣ୍ୟ
ଭୁବନେଶ୍ୱର, ସେପ୍ଟେମ୍ବର ୩୦(ଓଡ଼ିଆନ୍‍ ନ୍ୟୁଜ୍‍): ଆଜି ପବିତ୍ର ବିଜୟା ଦଶମୀ । ସମସ୍ତ ଦୁର୍ନୀତି, ଅଧର୍ମ, ପାପ, ହିଂସା, ମିଛ ଉପରେ ବିଜୟ ପାଇବ ସତ୍ୟ, ଧର୍ମ, ପୁଣ୍ୟ । ମା’ ଦଶଭୂଜା ରାବଣ ରୂପୀ ରାକ୍ଷସକୁ ବଧ କରି ଧରାପୃଷ୍ଠରେ ଶାନ୍ତି, ଧର୍ମ ପ୍ରତିଷ୍ଠା କରିବେ । ଆଜି ସକାଳୁ ପୂଜା ମଣ୍ଡପଗୁଡିକରେ ବିଜୟା ଦଶମୀ ପାଇଁ ଭିଡ ଦେଖାଯାଇଛି । ବିଜୟାଦଶମୀରେ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଆଜି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ମା’ଙ୍କ ପୂଜାର ଅନ୍ତିମ ଦିନ ହୋଇଥିବାରୁ ଆଜି ପ୍ରବଳ ଭିଡ ହେବାର ଅନୁମାନ କରାଯାଉଛି । ତିନିଦିନ ଧରି ଚାଲିଥିବା ଉତ୍ସବ ଗତକାଳି ଶେଷ ହେଉଥିବାରୁ ସମସ୍ତଙ୍କ ମନ ଭାରାକ୍ରାନ୍ତ ହୋଇପଡିଛି । ସୂଚନା ଅନୁସାରେ ସକାଳୁ ସାମାନ୍ୟ ଧରଣର ବର୍ଷା ହୋଇଥିଲେ ମଧ୍ୟ ମା’ଙ୍କ ପୂଜାରେ କିଛି ପ୍ରଭାବ ପଡିନି । ପୂଜାମଣ୍ଡପଗୁଡିକରେ ବିଭିନ୍ନ ପ୍ରକାର ଗାଡି ପୂଜା କରିବା ପାଇଁ ଲୋକଙ୍କର ପ୍ରବଳ ଭିଡ ହୋଇଛି ।  ଆଜି ବିଜୟାଦଶମୀ ହୋଇଥିବାରୁ ରାତିରେ ଅନୁଷ୍ଠିତ ହେବ ରାବଣ ପୋଡି ଉତ୍ସବ । ରାବଣ ପୋଡି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଶା କରାଯାଉଛି ବର୍ଷା ଯେପରି ବାଧକ ନସାଜିବ । କମିଶନରେଟ୍‌ ପୋଲିସ ରାବଣ ପୋଡି ପାଇଁ ବିଭିନ୍ନ ପ୍ରକାର କଟକଣାମାନ ଜାରି କରିଛି । ତିନିଦିନ ବ୍ୟାପୀ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡିଥିବା ରାଜ୍ୟ କାଲି ଭଷାଣୀରେ ମା’ଙ୍କୁ ବିଦାୟ ଦେବ । ଗତକାଲି ଭଷାଣୀ ଅନୁଷ୍ଠିତ ହେବ ।