ଓଡିଆନ୍ ନ୍ୟୁଜ

115

କାର ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍‌

Team Odian News |

କାର ଉପରେ ଓଲଟିଲା  ପିଆଜ ବୋଝେଇ ଟ୍ରକ୍‌ 


ମୟୂରଭଞ୍ଜ ୧୨/୧(ଓଡ଼ିଆନ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀରପୋଷି ନିକଟସ୍ଥ ଦ୍ୱାରାଶୁଣି ଘାଟିରେ ଆଜି ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ଉପରେ ଥିବା ଏକ କାର ଉପରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କାହାର ମୃତ ହୋଇଥିିବାର ସୂଚନା ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାରାଶୁଣି ଘାଟିରେ ଗତକାଲି ରାତିରେ ଏକ ଟ୍ରକ୍‌ ବ୍ରେକ୍‌ ଡାଉନ୍‌ ହୋଇଥିଲା। ତେଣୁ ତାକୁ ସଜାଡ଼ିବା ପାଇଁ ଟ୍ରକ୍‌ ମାଲିକ ନିଜ ଏମଏଚ୍‌ ୧୨ କେ ଏନ୍‌ ୯୦୪୪ ନମ୍ବର ଥିବା  କାରରେ  ଘଟଣାସ୍ଥଳକୁ ଆସିଥିଲେ। ତେବେ କାର ମାଲିକ ରାସ୍ତା କଡ଼ରେ କାର ରଖି ବ୍ରେକ୍‌ ଡାଉନ୍‌ ହୋଇଥିିବା ଟ୍ରକ୍‌ ପାଖକୁ ଯାଇଥିିବା ବେଳେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ  କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।