ଓଡିଆନ୍ ନ୍ୟୁଜ

199

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବଢ଼ିଲା ଅବସର ବୟସ ଓ ଦରମା

Team Odian News |

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବଢ଼ିଲା ଅବସର ବୟସ ଓ ଦରମା 
 

ଭୁବନେଶ୍ୱର,୧୨/୧(ଓଡ଼ିଆନ ନ୍ୟୁଜ): ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ ପ୍ୟାକେଜ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩ ହଜାରରୁ ୩,୭୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୬,୦୦୦ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହାସହ  ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି । ଅବସର ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ,  ମିନି ଅଙ୍ଗନବାଡ଼ି କର୍ମୀଙ୍କୁ  ୧୫ ହଜାର ଟଙ୍କା ଓ  ଅଙ୍ଗନବାଡ଼ି ସହାୟିକାଙ୍କୁ ମିଳିବ ୧୦ ହଜାର ଟଙ୍କା ଅବସର ସମୟରେ ସହାୟତା  । ସେହିଭଳି ଅଙ୍ଗନବାଡ଼ି ସୁପରଭାଇଜର ପଦବୀରେ କର୍ମୀଙ୍କ ପାଇଁ ୫୦% ସଂରକ୍ଷଣ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ବାର୍ଷିକ ୧୫ଦିନର ଖରା ଛୁଟି, ନୂଆ ସୁବିଧା ପିଛିଲା ଭାବେ ୨୦୧୮ ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ଦରମା ବୃଦ୍ଧି ।