ଓଡିଆନ୍ ନ୍ୟୁଜ

98

ସାଧାରଣ ବର୍ଗର ୧୦ ପ୍ରତିଶତ ସଂରକ୍ଷଣରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲା

Team Odian News |

ସାଧାରଣ ବର୍ଗର ୧୦ ପ୍ରତିଶତ ସଂରକ୍ଷଣରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲା 


ନୂଆଦିଲ୍ଲୀ,୧୨/୧(ଓଡ଼ିଆନ ନ୍ୟୁଜ):  ଆଇନରେ ପରିଣତ ହେଲା ସାଧାରଣ ବର୍ଗର ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ । ଏଣିକି କେନ୍ଦ୍ରୀୟ ଚାକିରି ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ସୁବିଧା ମିଳିବା ପକ୍କା ହୋଇଛି ।  ମଙ୍ଗଳବାର ଏହି ବିଲକୁ ଲୋକସଭା ଏବଂ ବୁଧବାର ରାଜ୍ୟସଭାର ଅନୁମୋଦନ ମିଳିଥିବା ବେଳେ  ଆଜି  ସେଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।  ସାଧାରଣ ନିର୍ବାଚନର ମାତ୍ର ୪ ମାସ ପୂର୍ବରୁ ମୋଦି ସରକାର ଏହି ବିଲ୍‌ ଆଣିଛନ୍ତି । ବିଲକୁ ବିରୋଧୀ ବିରୋଧ କରିଥିଲେ, ସରକାରଙ୍କ ତରବରିଆ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଭୋଟ୍‌ ବ୍ୟାଙ୍କ ପଲିଟିକ୍ସକୁ ନଜରରେ ରଖି ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୁପ୍ରିମକୋର୍ଟ ସ୍ଥିର ରଖିଥିବା ବେଳେ ଏବେ ତାହା ୬୦ ପ୍ରତିଶତ ହେଲା ।