ଓଡିଆନ୍ ନ୍ୟୁଜ

142

ଏଏସଓ ପରୀକ୍ଷା ନିଷ୍ପତ୍ତି ଗ୍ରହଣ କରିବେ ଓପିଏସସି ଅଧ୍ୟକ୍ଷ:ସ୍ୟାଟ୍ ନିର୍ଦ୍ଦେଶ

Team Odian News |

ଏଏସଓ ପରୀକ୍ଷା ନିଷ୍ପତ୍ତି ଗ୍ରହଣ କରିବେ ଓପିଏସସି ଅଧ୍ୟକ୍ଷ:ସ୍ୟାଟ୍ ନିର୍ଦ୍ଦେଶ


ଭୁବନେଶ୍ୱର,୧୩/୧(ଓଡ଼ିଆନ ନ୍ୟୁଜ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ପକ୍ଷରୁ ଜାନୁଆରି ୨୦ରେ ଅନୁଷ୍ଠିତ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର(ଏଏସଓ) ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପ୍ରସଂଗରେ ଓପିଏସି ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା ହେବା ପାଇଁ ଥିବାବେଳେ ଏହା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ତେବେ ଓପିଏସସି ପକ୍ଷରୁ ଧାର୍ଯ୍ୟ ପରୀକ୍ଷା ତାରିଖକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଆଗଲେ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ହେବ। କିନ୍ତୁ ଓପିଏସସି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ପଠାଯାଇ ସାରିଲାଣି। ତାରିଖରେ ପରିବର୍ତ୍ତନ କରାଗଲେ ଅନେକ ସମସ୍ୟା ଦେଖାଯିବ ବୋଲି ଓପିଏସସି ପକ୍ଷରୁ ଦର୍ଶାଯାଇଥିଲା। ଓପିଏସସି ପକ୍ଷରୁ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ। ଏପରି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ଦାବି ସଂପର୍କରେ ଓପିଏସସି ଅଧ୍ୟକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି।