ଓଡିଆନ୍ ନ୍ୟୁଜ

77

ଆଇପିସିର ଧାରା ୩୭୭ରେ ବିବାହ କଲେ କେନ୍ଦ୍ରାପଡା ଦୁଇଯୁବତୀ

Team Odian News |

ଆଇପିସିର ଧାରା ୩୭୭ରେ ବିବାହ କଲେ କେନ୍ଦ୍ରାପଡା ଦୁଇଯୁବତୀ 


 କେନ୍ଦ୍ରାପଡା,୧୩/୧(ଓଡ଼ିଆନ ନ୍ୟୁଜ):ମାନ୍ୟବର ସୁପ୍ରିମ କୋର୍ଟ ଆଇପିସିର ଧାରା ୩୭୭ ଉପରେ ରୋକ ଲଗାଇବାପରେ ଏବେ ପ୍ରେମ ବିବାହର ସଜ୍ଞା ବଦଳି ଯାଇଛି ।  ଆଗରୁ ପ୍ରେମ କରି ଜଣେ ଯୁବତୀ ଜଣେ ଯୁବକଙ୍କୁ ବିବାହ କରୁଥିଲା ବା  ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ କରୁଥିଲା । ହେଲେ ଏବେ ଦୁଇଜଣ ଝିଅ ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ତାହାପୁଣି ଓଡ଼ିଶା କେନ୍ଦ୍ରାପଡାରେ । କେନ୍ଦ୍ରାପଡା ଜିଲାର ଜଣେ ନୋଟାରୀଙ୍କ ନିକଟରେ ପହଞ୍ଚି ଏମାନେ ସତ୍ୟପାଠ କରିଛନ୍ତି ଯେ ଏମାନେ ପରଷ୍ପରକୁ ବିବାହ କଲେ ବୋଲି । କଟକରେ ରହୁଥିବା ଏହି ଦୁଇଜଣ ଝିଅଙ୍କ ଘର କେନ୍ଦ୍ରାପଡା ଜିଲାରେ । ଜଣଙ୍କ ଘର ପଟ୍ଟାମୁଣ୍ଡାଇ ହୋଥିବା ବେଳେ  ଆଉଜଣଙ୍କ ଘର ମହାକାଳପଡା ବ୍ଲକ ଅଞ୍ଚଳରେ । ପିଲାବେଳୁ ଏକାସାଙ୍ଗରେ ପଢୁଥିବାବେଳେ ପ୍ରେମ କରିବସିଥଲେ, ଏବେ ଦୁହେଁ ଏକ ବେସରକାରୀ ସଂସ୍ଥାରେ ଚାକିରୀ କରୁଛନ୍ତି । ଏମାନେ ମଧ୍ୟ ଦିର୍ଘ ଦିନ ଧରି ସହାବସ୍ଥାନ କରିଆସୁଛନ୍ତି । ଏହି ଦୁଇ ଯୁବତୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାରୁ  ପରଷ୍ପର ନିଷ୍ପତ୍ତି ନେଇଥିଲେ ଯେ ନିଜ  ଜିଲାରେ ପହଞ୍ଚି ବିବାହ କରିବେ ବୋଲି । ବିବାହ ବୟସ ହୋଇ ଥିବାରୁ ପରିବାର ଲୋକେ ଏମାନଙ୍କର ବିବାହ ପ୍ରସ୍ତାବ ଆୟୋଜନ କରି ବିବାହ କରାଇବାକୁ ଚାପ ପକାଇ ଆସୁଥିଲେ । ହେଲେ ଏମାନେ ଚାହୁଁ ନଥିଲେ କି କେହି କାହାକୁ ସାରା ଜୀବନ ଛାଡି ରହିବାକୁ ।  ତେଣୁ ଉପାୟ ଚିନ୍ତା କଲେ, ସୁପ୍ରିମ କୋର୍ଟଙ୍କ ଧାରା ୩୭୭ ଉପରେ ରୋକ ବରଦାନ ସାଜିଥିଲା । ତେଣୁ ସେହି ଆଧାରର ପରଷ୍ପରଙ୍କୁ ସାରା ଜୀବନ ଏକାଠି କରିବା  ପାଇଁ  ଚିନ୍ତା କରି  ନୋଟାରୀଙ୍କ ନିକଟରେ ବିବାହ ସତ୍ୟପାଠ କରାଇଛନ୍ତି  । ଏମାନେ ନିଜେ ନିଜକୁ ସ୍ବାମୀ ଓ ସ୍ତ୍ରୀ ଭାବରେ ପରିଚୟ ସୃଷ୍ଟି କରିବାପାଇଁ ଏକ ଔପଚାରିକ ସତ୍ୟପାଠ ହାସଲ କରିଛନ୍ତି।