ଓଡିଆନ୍ ନ୍ୟୁଜ

92

ଶ୍ରୀମନ୍ଦିର ନୀତି ବିଳମ୍ବ ହେଲେ କଟିବ ପାଳିଆ ପୁରସ୍କାର

Team Odian News |

ଶ୍ରୀମନ୍ଦିର ନୀତି ବିଳମ୍ବ ହେଲେ କଟିବ ପାଳିଆ ପୁରସ୍କାର ପୁରୀ,୧୪/୧(ଓଡିଆନା ନ୍ୟୁଜା):ଶ୍ରୀମନ୍ଦିରରେ ନୀତି ବିଳମ୍ବକୁ ନେଇ କଠୋର ହେଲା ମନ୍ଦିର ପ୍ରଶାସନ। ସବୁ ସେବାୟତ ନିଯୋଗର ସମ୍ପାଦକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଦ୍ଵାରା ନୀତି ସମ୍ପାଦନରେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା ପାଇଁ ନିର୍ଦେଶ ଦିଆଯାଇଛି। ନୀତି ସମ୍ପାଦନରେ ବିଳମ୍ବ ହେଲେ କଟିବ ପାଳିଆ ପୁରସ୍କାର , ପାଉଣା ସ୍ଥଗିତ ରଖି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ୧୫ ମିନିଟ ବିଳମ୍ବ ପାଇଁ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର କଟିବ, ୩୦ ମିନିଟ ବିଳମ୍ବ ପାଇଁ ଅଧା ପାଳିଆ ପୁରସ୍କାର କଟିବ, ୧ ଘଣ୍ଟା ବିଳମ୍ବ ହେଲେ ସମ୍ପୂର୍ଣ୍ଣ ପାଳିଆ ପୁରସ୍କାର କଟାଯିବ ବୋଲି ଜଣା ପଡିଛି।