ଓଡିଆନ୍ ନ୍ୟୁଜ

85

ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି: ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା ସୁବିଧା

Team Odian News |

ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି: ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା ସୁବିଧା 


ଭୁବନେଶ୍ୱର,୧୭/୧(ଓଡ଼ିଆନ ନ୍ୟୁଜ):ଅଗଷ୍ଟ ୧୫, ୨୦୧୮ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ପୁଣି ବଢ଼ିଛି  । ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ।  ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହେବେ । ୧ ଫେବୃୟାରୀ ୨୦୧୯ରୁ ଏହା  କାର୍ଯ୍ୟକାରୀ ହେବ । ସେହିଭଳି ବ୍ଲଡ ବ୍ୟାଙ୍କ ଗୁଡିକରେ ମଧ୍ୟ ବିନା  ମୂଲ୍ୟରେ ସୁବିଧା ପାଇ ପାରିବେ ଉଭୟ ଏପିଏଲ ଓ ବିପିଏଲ ଶ୍ରେଣୀର ଲୋକମାନେ  ।  ପୂର୍ବରୁ ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ସେବା  ସବ ସେଣ୍ଟରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୧୦୦ କୋଟିର ବୋଝ ପଡିବ । ଯୋଜନା ଅରମ୍ଭର ୫ ମାସ ମଧ୍ୟରେ ୨.୨୫ କୋଟି ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିଛନ୍ତି । ସେହିଭଳି ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ୭୦ ଲକ୍ଷ ପରିବାର ଯୋଜନାରେ ଉପକୃତ ହେଉଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହାକୁ ୭ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ  ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।