ଓଡିଆନ୍ ନ୍ୟୁଜ

58

କୁମ୍ଭ ମେଳାକୁ ୧୫ କୋଟି ଲୋକଙ୍କ ସମାଗମ!

Team Odian News |

 କୁମ୍ଭ ମେଳାକୁ ୧୫ କୋଟି ଲୋକଙ୍କ ସମାଗମ! 


ଉତ୍ତରପ୍ରଦେଶ,୧୭/୧(ଓଡ଼ିଆନ ନ୍ୟୁଜ): ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆରମ୍ଭ ହୋଇଯାଇଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ସମାଗମ ହୋଇଛି । ପ୍ରାୟ ୫୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହାସମାବେଶରେ ପ୍ରାୟ ୧୫ କୋଟି ଲୋକ ଆସିବା ସରକାର ଅଟକଳ କରିଛନ୍ତି । ପ୍ରଥମ ଶାହୀ ସ୍ନାନ ଗତ ମକରସଂକ୍ରାନ୍ତି ତିଥିରେ ଅନୁଷ୍ଠିତ ହୋଇଥିଲା ଓ ସେଦିନ ପ୍ରାୟ ଦେଢକୋଟି ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ଏତେ ସଂଖ୍ୟକ ଲୋକ ଜମାହୋଇ ଏକାଥରକେ ସ୍ନାନ କରିବା ମହାକାଶରୁ କିପରି ଦେଖାଯାଉଛି ? ଏ ସଂପର୍କରେ ଇସ୍ରୋ ଏକ ଉପଗ୍ରହ ଫଟୋଚିତ୍ର ଜାରି କରିଛି । ଏହି ଫଟୋଚିତ୍ର ରିମୋଟ ସେନସିଂ କାଟ୍ରୋସାଟ ଉପଗ୍ରହରୁ ନିଆଯାଇଛି ବୋଲି ଇସ୍ରୋ କହିଛି ।