ଓଡିଆନ୍ ନ୍ୟୁଜ

192

କନିକାରାଜାଙ୍କ ଦ୍ୱାରା ପୁର୍ନଃ ପ୍ରତିଷ୍ଠା ହେଲେ ରାଧାକାନ୍ତ ଜୀଉ

Team Odian News |

କନିକାରାଜାଙ୍କ ଦ୍ୱାରା ପୁର୍ନଃ ପ୍ରତିଷ୍ଠା ହେଲେ ରାଧାକାନ୍ତ ଜୀଉ
ରାଜକନିକା,୧୮।୧(ଓଡ଼ିଆନ୍‍ ନ୍ୟୁଜ୍‍): ରାଜକନିକା ବ୍ଲକ୍ ଅନ୍ତର୍ଗତ ଗିରିଆ ଗ୍ରାମରେ ପ୍ରସିଦ୍ଧ ରାଧାକାନ୍ତଜୀଉଙ୍କୁ କନିକାରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ପୁର୍ନଃ ପ୍ରତିଷ୍ଠା କରିଛନ୍ତି  । ଶୁକ୍ରବାର ସନ୍ଧ୍ୟାରେ ହରିବୋଲ, ହୁଳହୁଳି ଆଉ ଭଜନ କୀର୍ତ୍ତନ  ସହିତ ଭକ୍ତି ଭାବ ମୟ ପରିବେଶରେ  ପ୍ରକମ୍ପିତ ହୋଇ ଉଠୁଥିଲା ମନ୍ଦିର । ତିନି ଦିନ ଧରି ଯଜ୍ଞ, ଭଜନ, କୀର୍ତନ ସହିତ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇ ପ୍ରଭୁ ରାଧାକାନ୍ତଙ୍କୁ ପୁର୍ନଃ ପ୍ରତିଷ୍ଠା କରାଯାଇଛି  । ହଜାର ହଜାର ଶ୍ରଦ୍ଧାଳୁ ରାଧାକାନ୍ତଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି  । ଆସ୍ଥାନରେ ଠାକୁରଙ୍କୁ ଆଳତୀ ସହିତ କନିକାରାଜା ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ  । ମନ୍ଦିର ବିଶୋଇ ଭରତ ଚନ୍ଦ୍ର ସ୍ୱାଇଁ, ବଡ଼ପଣ୍ଡା ଭାଗୀରଥୀ ପଣ୍ଡା, ଅଜୟ କୁମାର ଦାଶ, ବାବାଜୀ ଚରଣ ପଣ୍ଡା, ବାବନ ମଣ୍ଡଳ, କାଳନ୍ଦୀ ମହାନ୍ତିଙ୍କ ସହିତ ଗ୍ରାମବାସୀମାନେ ସହଯୋଗ କରି ଏହି ଉତ୍ସବକୁ ପରିଚାଳନା କରିଥିଲେ  । ଶ୍ରୀଭଞ୍ଜଦେବ କହିଛନ୍ତିଯେ, ରାଧାକାନ୍ତଙ୍କ ପୁର୍ନଃ ପ୍ରତିଷ୍ଠା କାର୍ଯ୍ୟ ଶେଷ ହେବା ପରେ ଆନନ୍ଦ ପ୍ରକାଶ କରିଛନ୍ତି  । ଚୋରି ଘଟଣା ପରେ ସମସ୍ତେ ଯେଉଁ ଦୁଃଖ ଆଉ ହତାଶରେ ଭାଙ୍ଗିପଡ଼ିଥିଲେ, ତାର ଅବସାନ ଘଟିଲା ବୋଲି କହିଛନ୍ତି  । ପ୍ରକାଶଥାଉକି ଗତ ୬ ତାରିଖ ଅଗଷ୍ଟ ମାସ ବିଳମ୍ବିତ ରାତିରୁ  ଦୁର୍ବୃତ୍ତ ମାନେ ମନ୍ଦିରର ତିନୋଟି ଦ୍ୱାର ଚାବି ତାଡ଼ି ରାଧାକାନ୍ତଙ୍କ ଯୁଗଳମୂର୍ତିକୁ ଚୋରି  ନେଇଯାଇଥିବାର ଜଣାପଡ଼ିଥିଲା । ପ୍ରାୟ ତିନିଶହ ବର୍ଷର ପୁରାତନ  ପ୍ରଭୁ ରାଧାକାନ୍ତଙ୍କ ଯୁଗଳ ମୂର୍ତି ଚୋରି ହୋଇଥିବାର ଖବର ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳାଇଦେଇଥିଲା  । ହେଲେ ଗତ ସେପ୍ଟେମ୍ବେର ମାସ ୧୪ ତାରିଖରେ ଦୁର୍ବୃତ୍ତ ମାନେ ଯୁଗଳ ମୂର୍ତ୍ତିଙ୍କୁ  କାଜୁ ବଗିଚାରେ ପକାଇଦେଇଥିଲେ । ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯିବା ସହିତ ଠାକୁରଙ୍କ ପ୍ରତି ଅଧିକ ବିଶ୍ୱାସ ସୃଷ୍ଟି କରିଥିଲା  । ପୁରାତନ କନିକା ରାଜବାଟି ଗିରିଆ ଗ୍ରାମରେ ପ୍ରତିଷ୍ଠିତ ହେବା ପରଠାରୁ ନାଗା ବାବାଙ୍କ ଠାରୁ ସ୍ୱପ୍ନାଦେଶ ପରେ ରାଣୀ କୃଷ୍ଣପ୍ରିୟା ପାଟ୍ଟମହାଦେଇଙ୍କ ଦ୍ୱାରା ଏହି ମନ୍ଦିରରେ ପ୍ରଭୁ ରାଧାକାନ୍ତ ଜୀଉ ପୂଜା ପାଇଆସୁଥିଲେ  ।