ଓଡିଆନ୍ ନ୍ୟୁଜ

160

ବାନ୍ଧବିକୁ ତଣ୍ଟି କାଟି ମାରିଲେ ଯୁବତୀ

Team Odian News |

ବାନ୍ଧବିକୁ ତଣ୍ଟି କାଟି ମାରିଲେ ଯୁବତୀ


ଭୁବନେଶ୍ୱର,୨୦/୧(ଓଡ଼ିଆନ ନ୍ୟୁଜ):ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀ। ଭୁବନେଶ୍ୱର ଗୌରୀ ନଗର ଲେନ୍-୫ରେ ଘଟିଛି ଏହି  ହତ୍ୟାକାଣ୍ଡ। ମୃତ ଯୁବତୀଙ୍କ ନାଁ ଅଳକା ନନ୍ଦ ଦାଶ। ତାଙ୍କୁ ହତ୍ୟା କରିଥିବା ଯୁବତୀ ହୋଉଛନ୍ତି ଅନିଶା ମିତ୍ର। ଅଳକାଙ୍କ ତଣ୍ଟି କାଟି ଅନିଶା ହତ୍ୟା କରିଛନ୍ତି। ଏ କଥା ସେ ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି। ଲିଙ୍ଗରାଜ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ରାଗି ଯାଇ ସେ ଏମିତି କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣ ଯୋଗୁ ରାଗି ଯାଇଥିଲେ, ତାହା ଜଣାପଡ଼ିନି। ଅଳକା ଓ ଅନିଶା ପ୍ରାୟ ୧୦ ବର୍ଷ ହେବ ଏକାଠି ରହିଆସୁଥିଲେ। ଗତକାଲି ରାତିରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତି ପ୍ରାୟ ୨ଟା ୪୫ ବେଳକୁ ପାଟି ଶୁଣି ଘର ମାଲିକ ସେଠାକୁ ଯାଇଥିଲେ। ତେବେ କେହି କବାଟ ନ ଖୋଲିବାର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଆସିବା ପରେ ଦେଖିଲା ବେଳକୁ ଅଳକା ମରି ପଡ଼ିଥିଲେ। ତାଙ୍କ ତଣ୍ଟି କାଟି ଦିଆଯାଇଥିଲା। ସେଇଠି ଅନିଶା ସ୍ୱୀକାର କରିଥିଲେ ଯେ ସେ ତାଙ୍କୁ ମାରି ଦେଇଛନ୍ତି। ଯାହା ଜଣାପଡ଼ିଛି, ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଘର ମାଲିକ ବି ହସ୍ତକ୍ଷେପ କରିଥିଲେ ଓ ତା’ପରେ ସବୁ ଠିକ୍‌ଠାକ୍ ହୋଇଯାଇଥିଲା। କିନ୍ତୁ ଗତକାଲି ରାତିରେ ବି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଏ ଘଟଣା ଘଟିଥିଲା। ଅଳକାଙ୍କ ସଂପର୍କୀୟଙ୍କଠାରୁ ସୂଚନା ମିଳିଛି ଯେ ତାଙ୍କର ନିର୍ବନ୍ଧ ହେବାର ଥିଲା। ଏହାକୁ ନେଇ ବି କିଛି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହା ସହ ଆଜି ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଅନିଶା ମିତ୍ରଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲ୍‌କୁ  ପଠେଇ ଦିଆଯାଇଛି। SDJM କୋର୍ଟରେ ହାଜର କରିଥିଲା ଶ୍ରୀଲିଙ୍ଗରାଜ ଥାନା ପୋଲିସ। କୁହାଯାଉଛି ପ୍ରେମ ସମ୍ପର୍କ ବିଭ୍ରାଟ ଏହି ହତ୍ୟାକାଣ୍ଡର କାରଣ ।  ହତ୍ୟାକାରୀ ଅନିଶାଙ୍କ  ଘର କୋଣାର୍କ ଅଂଚଳର ହୋଇଥିବା  ମୃତ ଅଳକାଙ୍କ ଘର ବାଲେଶ୍ୱର ବସ୍ତା ଅଂଚଳରେ  ବୋଲି  ଜଣାପଡ଼ିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାକୁ ପ୍ରେମ ଜନୀତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି । ହତ୍ୟାକାରୀ ଯୁବତୀ ଅନିଶା ଏକ ସ୍ୱସ୍ଥାସେବୀ ସଂଗଠନରେ କାମ କରୁଥିବା ବେଳେ ମୃତ ଯୁବତୀ ଅଳକା ନନ୍ଦା ଏକ କନ୍ସଟାଲିନ୍ସସି କମ୍ପାନୀରେ କାମ କରୁଥିଲେ ।