ଓଡିଆନ୍ ନ୍ୟୁଜ

106

କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ଶଗରିଆ ବହିଷ୍କୃତ

Team Odian News |

କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ଶଗରିଆ ବହିଷ୍କୃତ


ଭୁବନେଶ୍ୱର,୨୦/୧(ଓଡ଼ିଆନ ନ୍ୟୁଜ): କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ଶଗରିଆ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବହିଷ୍କାର କରିଛି  AICC, କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା PCC ଶୃଙ୍ଖଳା କମିଟି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଉଭୟଙ୍କୁ  ବହିଷ୍କୃତ କରାଯାଇଛି । PCC ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏହି ସୂଚନା ଦଇଛନ୍ତି ।ଅନ୍ୟପକ୍ଷରେ କଂଗ୍ରେସରୁ ବହିଷ୍କାର ପରେ ଆଜି  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରେସମିଟ୍ କରି  କହିଛନ୍ତିଯେ  ରାହୁଲ ଓ ନବୀନ ମିଶି ମହାଗଠବନ୍ଧନ କରିଛନ୍ତି, ରାହୁଲ ଆସନ୍ତା ୨୫ରେ ଓଡ଼ିଶା ଆସିବେ, ସେହିଦିନ ମହାଖୁଲାସା କରିବି, ରାହୁଲ ସାରା ଦେଶରେ ମୁହଁ ଦେଖାଇ ପାରିବେ ନାହିଁ , ନିରଞ୍ଜନ ପଟ୍ଟନାୟକ ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି, ହାଇକୋର୍ଟ ଏନେଇ ତାଙ୍କୁ ଭର୍ତ୍ସନା କରିଛନ୍ତି।