ଓଡିଆନ୍ ନ୍ୟୁଜ

126

ନିର୍ବାଚନ ପ୍ରସ୍ତୁତି ନେଇ ୧୨ ରାଜ୍ୟ ସହ ECIଙ୍କ ଆଲୋଚନା

Team Odian News |

ନିର୍ବାଚନ ପ୍ରସ୍ତୁତି ନେଇ ୧୨ ରାଜ୍ୟ ସହ ECIଙ୍କ ଆଲୋଚନା ଭୁବନେଶ୍ୱର,୨୧/୧(ଓଡ଼ିଆନ୍ ନ୍ୟୁଜ):ନିର୍ବାଚନ ପ୍ରସ୍ତୁତି ନେଇ ଆଜି ୧୨ ରାଜ୍ୟ ସହ ECI ଆଲୋଚନା କରିଛନ୍ତି। ଦିଲ୍ଲୀ ନିର୍ବାଚନ କମିସନ ଅଫିସରୁ ଭିଡିଓ କଲ୍ ଯୋଗେ ନିର୍ବାଚନ ପ୍ରସ୍ତୁତି, ପରିଚାଳନା ଓ ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ, DCP, CRPF ଓ BSF IG ବି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଗ ନେଇଥିଲେ । ନିର୍ବାଚନ ସମୟରେ ସୁରକ୍ଷା ନେଇ DGP ଆର୍‌.ପି. ଶର୍ମାଙ୍କ ସୂଚନା ଦେଇ କହଛନ୍ତି ଯେ ୨୦୧୪ ନିର୍ବାଚନ ଅପେକ୍ଷା ଅଧିକ ୧୩୦ କମ୍ପାନି ଫୋର୍ସ ମାଗିଛୁ। ୨୦୧୪ରେ ୯୬ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିଲେ, ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ନଜର ରଖାଯାଉଛି, ସୀମାନ୍ତ ରାଜ୍ୟ ସହ ଖୁବ୍‌ଖୀଘ୍ର ବସିବ ସମନ୍ବୟ ବୈଠକ ବୋଲି କହିଛନ୍ତି। ସେହିଭଳି ନିର୍ବାଚନ ପ୍ରସ୍ତୁତି ଆଲୋଚନା ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ଜିଲ୍ଲାରେ ୩ ବର୍ଷ କାମ କରିଥିବା ଅଫିସରଙ୍କ ବଦଳି ହେବ,୧୫ଟି ମାଓପ୍ରବଣ ଜିଲ୍ଲା ମଧ୍ୟରୁ ୩ଟି ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି, ସମ୍ବେଦନଶୀଳ ବୁଥ୍‌ରେ ହେବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା।