ଓଡିଆନ୍ ନ୍ୟୁଜ

122

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

Team Odian News |

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ 


 ଭୁବନେଶ୍ୱର,୨୧/୧(ଓଡ଼ିଆନ ନ୍ୟୁଜ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଏହି ତାଲିକା ଅନୁଯାୟୀ ରାଜ୍ୟରେ ୩ କୋଟି ୧୮ ଲକ୍ଷ ୭୮୬ ଭୋଟର ଅଛନ୍ତି । ଏଥର ଭୋଟର ସଂଖ୍ୟା ୫ ଲକ୍ଷ ୩୯ ହଜାର ୪୫୪କୁ ବୃଦ୍ଧି ପାଇଥିବାର ଏହି ତାଲିକାରୁ ଜଣା ପଡିଛି । ଏହାସହ ୪ ଲକ୍ଷ ୧୧ ହଜାର ୫୦ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭକ୍ତ ହୋଇଛନ୍ତି । ଏହା ବ୍ୟତୀତ ୧ ଲକ୍ଷ ୮୦ ହଜାର ଭୋଟର ତାଲିକାରୁ ବାଦ ପଡିଛନ୍ତି । ରାଜ୍ୟର ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ୧୦୦୦ ପୁରୁଷ ଭୋଟରଙ୍କ ତୁଳାନାରେ ୯୩୪ ଜଣ ମହିଳା ଭୋଟର ରହିଥିବା ବେଳେ ଏବେ ଚୁଡ଼ାନ୍ତ ଭୋଟର ତାଲିକାରେ ୧୦୦୦ ପୁରୁଷ ଭୋଟର ତୁଳନାରେ ୯୪୬ ଜଣ ଅଛନ୍ତି । ଭୋଟରଙ୍କ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ଅଭିଯୋଗ ଥିଲେ ଏହି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ବାଚନ କମିସନ ସୂଚନା ଦେଇ କହିଛନ୍ତି । ଏହା ସହ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବ । ୩୬,୬୦୬ ବୁଥରେ ଭୋଟ୍ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଏହି ଚୁଡାନ୍ତ ଭୋଟର ତାଲିକା ବିଷୟରେ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଚଳିତ ଥର ଏକା ସାଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଏହାସହ ପ୍ରଥମ ଥର ଏହି ନିର୍ବାଚନ ପାଇଁ ଓଡିଶାରେ ଭିଭିପାଟ ମେସିନ ବ୍ୟବହାର ହେବ ।