ଓଡିଆନ୍ ନ୍ୟୁଜ

225

ଶାଳ ପତ୍ରରୁ ରୟାଲିଟି ଛାଡ଼ ରାଜ୍ୟ ସରକାରଙ୍କ ନୂଆ ଘୋଷଣା

Team Odian News |

ଶାଳ ପତ୍ରରୁ ରୟାଲିଟି ଛାଡ଼ ରାଜ୍ୟ ସରକାରଙ୍କ ନୂଆ ଘୋଷଣା 


 ଭୁବନେଶ୍ୱର,୨୧/୧(ଓଡ଼ିଆନ ନ୍ୟୁଜ): ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ଆଦାୟ କରିଥାଆନ୍ତି । ଯାହାଦ୍ୱାରା ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ସଂଗ୍ରହକାରୀ ମାନଙ୍କୁ କ୍ୱଇଣ୍ଟାଲ ବିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥାଏ । ହେଲେ ଏବେ ଶାଳ ପତ୍ରର ପାଇଁ କିଛିବି ରୟାଲିଟି ଦେବାକୁ ପଡ଼ିବନି ସେମାନଙ୍କୁ । ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ ହେବ। ରାଜ୍ୟସରକାରଙ୍କ ଏହି ଘୋଷଣା ଶହ ଶହ ଶାଳପତ୍ର ସଂଗ୍ରହକାରୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି । ଏଥିରେ ଉଭୟ ସଂଗ୍ରହକାରୀ ଓ ଶାଳ ପତ୍ର ଉଦ୍ୟେଗୀ ଉପକୃତ ହେବେ ବୋଲି ଆଶା କରଯାଇଛି। ଏହା ଘୋଷଣା ଦ୍ୱାରା ୨୫ଲକ୍ଷ ଶାଳପତ୍ର ସଂଗ୍ରହରେ ନିୟୋଜିତ ଶ୍ରମିକ ଲାଭବାନ୍ ହେବେ ବୋଲି ସୂଚନା ମିଳିଛି । ଶାଳପତ୍ର ସଂଗ୍ରହ ଆଦିବାସୀମାନଙ୍କର ଏକ ଜୀବିକା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ବିଶେଷ କରି ସେମାନଙ୍କୁ ସହାୟ ହେବ ବୋଲି କୁହାଯାଉଛି ।