ଓଡିଆନ୍ ନ୍ୟୁଜ

125

କଂସଙ୍କ ବଧ ସହ ଶେଷ ହେଲା ଧନୁଯାତ୍ରା

Team Odian News |

କଂସଙ୍କ ବଧ ସହ ଶେଷ ହେଲା ଧନୁଯାତ୍ରା


 ବରଗଡ଼,୨୧/୧(ଓଡ଼ିଆନ ନ୍ୟୁଜ): ମହାରାଜା କଂସଙ୍କ ବଧ ସହ ଆଜି ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୃଷ୍ଣ, ବଳରାମଙ୍କୁ ପାଖରେ ଦେଖି ମହାରାଜା କଂସଙ୍କ ମନେ ପଡ଼ିଯାଇଥିଲା ଶୂନ୍ୟବାଣୀ ଓ ବିଜୁଳି କନ୍ୟାର ଅଟ୍ଟହାସ୍ୟ। ଏହାପରେ କଂସ ମହାରାଜା ମଞ୍ଚରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ପାପାଚାରୀ କଂସଙ୍କୁ ବଧ କରି କୃଷ୍ଣ, ବଳରାମ ମଥୁରାବାସୀଙ୍କୁ ତାଙ୍କ ଅତ୍ୟାଚାରୁ ମୁକ୍ତ କରିଛନ୍ତି। ୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା। ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା।