ଓଡିଆନ୍ ନ୍ୟୁଜ

109

ବିବାଦରେ ବିଜେଡ଼ିର ବାହୁବଳୀ ବିଧାୟକ

Team Odian News |

ବିବାଦରେ ବିଜେଡ଼ିର ବାହୁବଳୀ ବିଧାୟକ ବେଗୁନିଆ,୨୩/୧(ଓଡ଼ିଆନ୍ ନ୍ୟୁଜ): ପୁଣି ବିବାଦରେ ବିଜେଡ଼ିର ବାହୁବଳୀ ବିଧାୟକ। ପୂର୍ବତନ ସରପଞ୍ଚଙ୍କୁ ବିଧାୟକଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରର୍ଶନକରିବା ସହ ବିଧାୟକଙ୍କ ଗିରଫଦାରି ଦାବିରେ ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକେ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଏହି ଭଳି ଘଟଣା ଘଟିଛି।ଉତ୍ତ୍ୟକ୍ତ ଲୋକ ଥାନାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତଙ୍କ ମାଡ଼ରେ ବେଗୁନିଆ ଥାନା SI ମହେନ୍ଦ୍ର ସେଠୀ ଆହତ ମଧ୍ୟ ହୋଇଛନ୍ତି। ମହେନ୍ଦ୍ରଙ୍କୁ ଡାକ୍ତରଖାନା ନେବାକୁ ଗାଡ଼ି ଛାଡୁ ନଥିଲେ ବିକ୍ଷୋଭକାରୀ। କେବଳ ସେତିକି ନୁହେଁ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ।ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ୬ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି।