ଓଡିଆନ୍ ନ୍ୟୁଜ

164

କେନ୍ଦ୍ରାପଡ଼ା ୧୨ ଘଣ୍ଟିଆ ବନ୍ଦ ସାଙ୍ଗକୁ୧୪୪ ଧାରା ବଳବତର

Team Odian News |

କେନ୍ଦ୍ରାପଡ଼ା ୧୨ ଘଣ୍ଟିଆ ବନ୍ଦ ସାଙ୍ଗକୁ୧୪୪ ଧାରା ବଳବତର ଭୁବନେଶ୍ୱର,୨୪/୧(ଓଡ଼ିଆନ ନ୍ୟୁଜ): ଗତକାଲି କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ କାରଣରୁ ଗତକାଲିଠାରୁ ୧୪୪ ଧାରା ଲାଗୁକରାଯାଇଛି । ଆଜି ମଧ୍ୟ ଏହା ବଳବତର ରହିବା ସହ ପୌରାଞ୍ଚଳର ସମସ୍ତ ସ୍କୁଲ,କଲେଜ ବନ୍ଦ ରଖାଯାଇଛି । ଇଣ୍ଟର ନେଟ ସେବା ମଧ୍ୟ ବନ୍ଦ ରହିଛି । ଏହାସହ ରଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବାରୁ ଯେପରି କିଛି ଅଘଟଣ ନଘଟେ ସେ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଶାସନ ପକ୍ଷରୁ ଆଜି ମଧ୍ୟ୧୪୪ ଧାରା ଜାରି ରଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ପୁଲିସ୍‌ ସହରରେ ଫ୍ଲାଗ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି।