ଓଡିଆନ୍ ନ୍ୟୁଜ

148

ମୋଦି ଯେବେ ଚାହିଁବେ ସେବେ ନବୀନ ଉଠିବେ ଏବଂ ବସିବେ- ରାହୁଲ ଗାନ୍ଧି

Team Odian News |

 ମୋଦି ଯେବେ ଚାହିଁବେ ସେବେ ନବୀନ ଉଠିବେ ଏବଂ ବସିବେ- ରାହୁଲ ଗାନ୍ଧି
ଭୁବନେଶ୍ୱର୨୫/୧(ଓଡ଼ିଆନ୍ ନ୍ୟୁଜ) : ଉଭୟ କେନ୍ଦ୍ର ଓ ଓଡ଼ିଶାରେ ସରକାର ଗଢ଼ିବ କଂଗ୍ରେସ। ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ଦଳୀୟ କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି। ଦିନିକିଆ ବ୍ୟସ୍ତବହୁଳ ଓଡ଼ିଶା କାର‌୍ୟ୍ୟକ୍ରମରେ ଆସିଥିବା ରାହୁଲ ତମାଣ୍ଡୋରେ ଆୟୋଜିତ ଜନସଭାରେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି।   ରାଫେଲ ପ୍ରସଙ୍ଗ ଉଠାଇ ଚୌକିଦାର ଚୋର୍ ହେ ମନ୍ତବ୍ୟକୁ ଦୋହରାଇଛନ୍ତି।ସେହିଭଳି ଚିଟ୍‌ଫଣ୍ଡ ପ୍ରସଙ୍ଗ ଉଠାଇ ଓଡ଼ିଶାରେ ବି ଜନତାଙ୍କ ଟଙ୍କା ଚୋରି ହେଉଥିବା କଥା କହିଛନ୍ତି ରାହୁଲ ଗାନ୍ଧି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ଓ ମନ୍ତ୍ରୀ ଏଥିରେ ସାମିଲ ଥିବା କଥା କହିଛନ୍ତି ରାହୁଲ।
ଓଡ଼ିଶାର ରିମୋଟ ହିନ୍ଦୁସ୍ଥାନର ଭ୍ରଷ୍ଟ ଚୌକିଦାରଙ୍କ ପାଖରେ ରହିଛି କହି କଟାକ୍ଷ କରିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଯେବେ ଚାହିଁବେ ସେବେ ନବୀନ ଉଠିବେ ଏବଂ ବସିବେ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ।