ଓଡିଆନ୍ ନ୍ୟୁଜ

105

ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ପାଇବେ ଭାରତ ରତ୍ନ

Team Odian News |

ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ପାଇବେ ଭାରତ ରତ୍ନ

ନୂଆଦିଲ୍ଲୀ,୨୫/୧(ଓଡ଼ିଆନ ନ୍ୟୁଜ): ଚଳିତ  ବର୍ଷ  ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଁ  ୩ ଜଣଙ୍କୁ ମନୋନୀତ  କରାଯାଇଛି  । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସର୍ବୋଚ୍ଚ ସମେତ  ସମାଜସେବୀ ନାନାଜୀ ଦେଶମୁଖ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପ୍ରଣବଙ୍କୁ ଭାରତ ରତ୍ନ ଦେବା ନେଇ ବିଭିନ୍ନ ମହଲରେ  ବେଶ ଚର୍ଚ୍ଚା ହେଉଛି । ସେ ଭାରତ ରତ୍ନ ପାଇବା ପରେ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ  ସେ ଆମ ସମୟର ଜଣେ ଉତ୍ତମ ରାଷ୍ଟ୍ରନୀତିଜ୍ଞ, ଅନେକ ଦଶନ୍ଧି ଧରି ସେ ଦେଶ ପାଇଁ କାମ କରି ଦେଶର ବିକାଶରେ ଯୋଗଦାନ ଦେଇଛନ୍ତି । ତାଙ୍କର ସାଧୁତା ଓ ଅଭିଜ୍ଞତାର ତୁଳନା ନାହିଁ ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷରେ ଆସାମର ପ୍ରସିଦ୍ଧ ସଂଗୀତଜ୍ଞ  ଭୁପେନ ହଜାରିକାଙ୍କୁ ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତରଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି ।