ଓଡିଆନ୍ ନ୍ୟୁଜ

133

ଅଯୋଧ୍ୟା ଜମି ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ

Team Odian News |


ଅଯୋଧ୍ୟା ଜମି ମାମଲାର ଶୁଣାଣି ପାଇଁ  ନୂଆ ଖଣ୍ଡପୀଠ


ନୂଆଦିଲ୍ଲୀ,୨୫/୧(ଓଡ଼ିଆନ ନ୍ୟୁଜ): ବିବାଦିୟ  ଅଯୋଧ୍ୟା ଜମି ମାମଲାର ଶୁଣାଣି ଏବେ ୫ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ କରିବେ । ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଘୋଷଣା କରାଯାଇଛି । ଏହି ନୂଆ ବେଞ୍ଚରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହ ଆଉ ୫ ଜଣ ବିଚାରପତି ରହିଛନ୍ତି । ସେମାନେହେଲେ  ଜଷ୍ଟିସ ବୋବଡେ, ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜୀର ।  ପୂର୍ବରୁ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ୟୁୟୁ ଲଳିତ ଓହରି ଯାଇଥିଲେ । ଗତ ୧୦ ତାରିଖରେ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଓକିଲଙ୍କ ଆପତି ପରେ ଶୁଣାଣିରୁ ଓହରିଥିଲେ ୟୁୟୁ ଲଳିତ । ଏହାପରେ ମାମଲାର ଶୁଣାଣି ଜାନୁୟାରୀ ୨୯ ତାରିଖ ଯାଏଁ ଟାଳି ଦେଇ ଚିଫ ଜଷ୍ଟିସ କହିଥିଲେ ମାମଲାର ତଥ୍ୟ, ପରିସ୍ଥିତି ଓ ଏହାର ବିଶାଳ ରେକର୍ଡକୁ ଆଖିରେ ରଖି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ ।