ଓଡିଆନ୍ ନ୍ୟୁଜ

156

ଶାନ୍ତ ହେଉଛି କେନ୍ଦ୍ରାପଡ଼ା

Team Odian News |


ଶାନ୍ତ ହେଉଛି କେନ୍ଦ୍ରାପଡ଼ା


କେନ୍ଦ୍ରାପଡ଼ା,୨୫/୧(ଓଡ଼ିଆନ ନ୍ୟୁଜ): ଦୁଇଦିନ ହେବ ଗୋଷ୍ଠୀ ସଂଘର୍ଷ କାରଣରୁ ଅଶାନ୍ତ ହୋଇ ପଡିଥିବା କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ପରିସ୍ଥିତି ସୁଧୁରୁଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲା । ହେଲେ ୧୪୪ ଧାରା ବଳବତ୍ତର ରହିଛି, କାଲି ଏହା ପରିସ୍ଥିତି ଦେଖି ଏହାକୁ ଉଠାଯାଇ ପରେ  । ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ‌ଆଣିବାକୁ ସମସ୍ତେ ମତ ଦେଇଥିଲେ। ‌ଆଜି ସକାଳେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡାଇ ଯାଇପାରିବ ସେ ନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। କର୍ଫ୍ୟୁ ହଟିବା ପରେ ସହରର ଶିକ୍ଷାନୁଷ୍ଠାନ, ଦୋକାନବଜାର ଖୋଲିଛି।