ଓଡିଆନ୍ ନ୍ୟୁଜ

127

ଓଡ଼ିଶା ପାଇଁ ସୁନାମ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ

Team Odian News |

ଓଡ଼ିଶା ପାଇଁ ସୁନାମ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ ଧର୍ମଗଡ଼,୨୭/୧(ଓଡ଼ିଆନ ନ୍ୟୁଜ): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ।ଚଳିତ ମାସ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ।ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ ନେପାଳ ଆଦି ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇଥିଲେ।