ଓଡିଆନ୍ ନ୍ୟୁଜ

159

ହଜାରେ ୧୧କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Team Odian News |

ହଜାରେ ୧୧କୋଟିର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଗଞ୍ଜାମ,୨୭/୧(ଓଡିଆନ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଂଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲା ପାଇଁ ହଜାରେ ୧୧କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଦିନ ପ୍ରାୟ ୧୧.୩୦ରେ ରଙ୍ଗେଇଲୁଣ୍ଡାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯକ୍ରମ ଆରମ୍ଭରୁ କାଳିଆ ସଙ୍ଗୀତର ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିକାଶ ପାଇଁ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ ହଜାର ଚାଷୀଙ୍କୁ ବିଭି୍ନ କୃଷି ଉପକରଣ ବାଣ୍ଟିଛନ୍ତି । ରଙ୍ଗେଇଲୁଣ୍ଡା ଚାଷୀ ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀମାନେ ଯୋଗଦେଇଥିଲେ ।