ଓଡିଆନ୍ ନ୍ୟୁଜ

111

ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କମଳା ପୂଜାରୀ ଅସୁସ୍ଥ

Team Odian News |

ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କମଳା ପୂଜାରୀ ଅସୁସ୍ଥ

କୋରାପୁଟ,୨୮/୧,(ଓଡ଼ିଆନ ନ୍ୟୁଜ୍) :  ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ।  ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା।ଫଳରେ ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କମଳା ପୂଜାରୀଙ୍କୁ ବର୍ତ୍ତମାନ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।