ଓଡିଆନ୍ ନ୍ୟୁଜ

128

ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବେ ଶ୍ରଦ୍ଧାଞ୍ଜଳି

Team Odian News |

ଅନୁବାଦ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବେ ଶ୍ରଦ୍ଧାଞ୍ଜଳି 


ଭୁବନେଶ୍ୱର, ୨୮/୧(ଓଡ଼ିଆନ ନ୍ୟୁଜ): ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଅକାଡେମୀ ପୁରସ୍କାର ପାଇବା ପାଇଁ ‘ଅ।ମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଶ୍ରୀମୟୀ ମା’ ମନୋନୀତ ହୋଇଛି । ଏହାର ମୂଳ ଲେଖା ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ନବ କୁମାର ବସୁ ଲେଖିଥିବା ବେଳେ ଏହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଲେଖିକା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ। ଏହା ଏକ ଯୁଗ୍ମ ଉପନ୍ୟାସ । ମା’ ସାରଦା ଦେବୀଙ୍କ ଜୀବନ ବୃତ୍ତାନ୍ତ ଓ ଜୀବନ ସଂଗ୍ରାମ ଉପରେ ଆଧାରିତ ଏହି ପୁସ୍ତକ ଓଡ଼ିଆ ପାଠକଙ୍କ ପାଖକୁ ପହଞ୍ଚାଇବାକୁ ‘ଆମ ଓଡ଼ିଶା’ ଏକ ପ୍ରୟାସ କରିଛି। ମା’ ସାରଦାଙ୍କର ଓଡ଼ିଶା ସହ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଏଥିରେ ବର୍ଣ୍ଣିତ ହୋଇଛି। ପ୍ରଥମେ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ ଏହାର ଲେଖାମାନ ପ୍ରକାଶ ପାଇବା ପରେ ଏହାକୁ ପୁସ୍ତକ ରୂପେ ପ୍ରକାଶ କରାଯାଉଛି।