ଓଡିଆନ୍ ନ୍ୟୁଜ

186

ଭାରତର ସିରିଜ୍ ବିଜୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ

Team Odian News |


 ଭାରତର ସିରିଜ୍ ବିଜୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ 


ନୂଆଦିଲ୍ଲୀ , ୨୮/୧(ଓଡ଼ିଆନ ନ୍ୟୁଜ): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ସିରିଜ୍‌ କବ୍‌ଜା କରି ଇତିହାସ ରଚିଥିଲା ଭାରତ ଆଉ ଏବେ   ନ୍ୟୁଜିଲାଣ୍ଡ ଟିମ୍‌କୁ ବି ମାତ୍‌ ଦେଇ ବଡ ସଫଳତା ହାତେଇଛି ବିରାଟ ବାହିନୀ। ୧୦ ବର୍ଷ ପରେ କ୍ବିୱି ଟିମ୍‌କୁ ହରାଇ ଦ୍ବିତୀୟ ଥର ଲାଗି ସିରିଜ୍‌ କବ୍‌ଜା କରିଛି ଭାରତୀୟ ଟିମ୍‌ । ୫ ଟିକିଆ ଦିନିକିଆ ସିରିଜରେ ୩-୦ରେ ଭାରତ ଆଗରେ ରହିଛି । ୩ ୱିକେଟ୍‌ ହରାଇ ୪୩ ଓଭରରେ ଟାର୍ଗେଟ୍‌ ହାସଲ କରିନେଇଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ୨୦୦୯ରେ  ନ୍ୟୁଜିଲାଣ୍ଡ ଦଳକୁ  ନିଜ ମାଟିରେ ହରାଇ ଭାରତ ସିରିଜ୍‌ ଜିତିଥିଲା । ଆଜିର ଏହି ବିଜୟ ସହ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଦେଶରେ  ଖେଳାଯାଇଥିବା  ୩୭ଟି ଦିନିକିଆରୁ ୧୩ଟି ଦିନିକିଆରେ ବିଜୟ ଲାଭ କରିଛି । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୨୪୩ ରନ୍‌ କରି ଅଳ ଆଉଟ ହୋଇଯାଇଥିଲା । ୨୪୪ ରନ୍‌ର ଟାର୍ଗେଟ୍‌ ନେଇ କ୍ରିଜକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଧୂଆଁଧାର ବ୍ୟାଟିଂ କରି ବିଜୟ ହାସଲ କରିଥିଲା ।