ଓଡିଆନ୍ ନ୍ୟୁଜ

120

ଏନସିପିରେ ମିଶିଲେ ଶଙ୍କରସିଂହ ବାଘେଲା

Team Odian News |

ଏନସିପିରେ ମିଶିଲେ ଶଙ୍କରସିଂହ ବାଘେଲା


ଅହମଦାବାଦ,୨୯/୧ (ଓଡ଼ିଆନ ନ୍ୟୁଜ):  ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା  ଶରଦ ପାୱରଙ୍କ ଏନସିପିରେ ଆଜି ଯୋଗ ଦେଇଛନ୍ତି। ସେ ପୂର୍ବରୁ କଂଗ୍ରେସରେ ଥିଲେ, ଶ୍ରୀ ବାଘେଲା ୨୦୧୭ ମସିହା ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ଦେଇଥିଲେ। ସେ ୧୯୯୬ରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। ସେବେଠାରୁ ସେ କଂଗ୍ରେସ ପାଇଁ କାମ କରି ଆସୁଥିଲେ।  ୨୦୧୭ରେ କଂଗ୍ରେସ ଛାଡ଼ିଥିଲେ ମଧ୍ୟ ବିଜେପିରେ ଯୋଗ ଦେଇ ନଥିଲେ। ତେବେ ଗୁଜରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ସେ କହିଛନ୍ତି, “ଗୁଜରାଟବାସୀ ମୋତେ ପ୍ରବଳ ଭଲ ପାଇବା ଦେଇଛନ୍ତି। ଏବେ ସେହି ଭଲ ପାଇବାର ମୂଲ୍ୟ ଫେରାଇବାର ସମୟ ଆସିଛି। ଖାସ୍‌ ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଏନ୍‌ସିପିରେ ଯୋଗଦେଇଛି। ଆଗାମୀ ଦିନରେ ମୁଁ ଅଣ ବିଜେପି ସରକାର ଗଠନ ସମ୍ଭାବନା ଦେଖି ପାରୁଛି। ଏହି ସରକାର ପ୍ରାୟ ୟୁପିଏ-୩ ସହ ସମାନ।”