ଓଡିଆନ୍ ନ୍ୟୁଜ

134

ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା

Team Odian News |

ରାଜ୍ୟରେ ପୁଣି  ବଢ଼ିବ ଥଣ୍ଡା


ଭୁବନେଶ୍ୱର ,୩୦/୧(ଓଡ଼ିଆନ ନ୍ୟୁଜ ) ହାଲକା ବର୍ଷା ପରେ ଏବେ ରାଜ୍ୟରେ ଥଣ୍ଡା ବଢ଼ୁଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ  ପାରଦ ସାମାନ୍ୟ ହ୍ରାସ ପାଇଛି। ଏଫେବ୍ରୁଆରି ୩ ପର୍ଯ୍ୟନ୍ତ ହିଭଳି ଥଣ୍ଡା ଲାଗିରହିବ। ଆସନ୍ତା୨୪ ଘଣ୍ଟା ମଧ୍ୟରେ  ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି   ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉକ୍ତ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ଗତକାଲି  କେତେକ ସ୍ଥାନରେ ଦିନର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୨୮.୫ ଡିଗ୍ରି ଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୩ରୁ ୨୬ ଡିଗ୍ରି ମଧ୍ୟରେ ରହିଥିଲା। ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବାରୁ ଥଣ୍ଡାର ମାତ୍ରା ଟିକିଏ କମ୍ ରହିଥିଲା। ଆଜିଠାରୁ ପୁଣି ଥଣ୍ଡା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।