ଓଡିଆନ୍ ନ୍ୟୁଜ

141

ବାରିପଦା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚାରି ବଡ଼ ଘୋଷଣା

Team Odian News |

ବାରିପଦା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚାରି  ବଡ଼ ଘୋଷଣା 
ବାରିପଦା,୩୦/୧(ଓଡ଼ିଆନ ନ୍ୟୁଜ):ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ବାରିପଦାରେ ଅନୁଷ୍ଠିତ  ମିଶନ ଶକ୍ତିର ମହାସମାବେଶରେ ଯୋଗଦେଇ ଚାରିଟି ବଡ଼ ଘୋଷଣା କରିଛନ୍ତି ସେ । ଏହାସହ ୧୧ ପ୍ରକଳ୍ପର ଉଦଘାଟନ ଓ ୬ଟି ପ୍ରକଳ୍ପର  ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଛଉ ନୃତ୍ୟ ଉପରେ ଅଧିକା ଗବେଷଣା ପାଇଁ କେନ୍ଦ୍ର ସ୍ଥାପନ କରାଯିବ, ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ ତିଆରି ହେବ, ମୟୂରଭଞ୍ଜରେ ଥିବା ଆର‌୍ୟୁବେଦିକ କଲେଜ ସରକାରୀ  ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବାରିପଦା କୋଅପରଟିଭି ବ୍ୟାଙ୍କ ପୁଣିଥରେ କାର‌୍ୟ୍ୟ କ୍ଷମ ହେବ, ରାଜ୍ୟ ସରକାର ଏଥିପାଇଁ ଟଙ୍କା ଯୋଗାଇଦେବେ ବୋଲି ଆଜିର ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏହି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି କହିଛନ୍ତି ।  ଏହି ଗସ୍ତରେ ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।ମୁଖ୍ୟମନ୍ତ୍ରୀ, ବାରିପଦା ସହରରକୁ ବନ୍ୟାରୁ ରକ୍ଷା କରିବାକୁ ହେବ ରିଙ୍ଗ ରୋଡ୍‌, ମୟୂରଭଞ୍ଜ ଆୟୁର୍ବେଦିକ୍‌ କଲେଜକୁ ସରକାରୀ ମାନ୍ୟତା ଦେବାକୁ ବିଚାର ହେବ, ବାରିପଦାରେ ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର , ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଟଙ୍କା ପ୍ରଦାନ କଲେ ନବୀନ, ମୟୂରଭଞ୍ଜ ଜିଲ୍ଲାର SHG ଓ ମହାସଂଘକୁ ମୋଟ ୪୯ କୋଟିର ସହାୟତା, ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ , 
୬ଟି ଜନ କଲ୍ୟାଣମୂଳକ ପ୍ରକଳ୍ପର ଶିଳାନ୍ୟାସ, 
୨୦,୨୯୫ ମହିଳା  SHGକୁ ୧୫ ହଜାର ଲେଖାଏଁ ବୀଜ ରାଶି ସହାୟତା 
୨୬ ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ଡିଜିଟାଲ ସଶକ୍ତିକରଣ ପାଇଁ ମିସନ ଶକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା, ୩୯,୪୧୮  SHGକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଲେ ନବୀନ