ଓଡିଆନ୍ ନ୍ୟୁଜ

97

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକାପ୍ଟର ମାମଲା: ରାଜୀବ ସକ୍କେନାକୁ ଭାରତ ଅଣାଗଲା

Team Odian News |

ଅଗଷ୍ଟା  ୱେଷ୍ଟଲାଣ୍ଡ ହେଲିକାପ୍ଟର ମାମଲା: ରାଜୀବ ସକ୍କେନାକୁ ଭାରତ ଅଣାଗଲା


ନୂଆଦିଲ୍ଲୀ,୩୦/୧(ଓଡ଼ିଆନ ନ୍ୟୁଜ ) : ବହୁଚର୍ଚ୍ଚିତ ଅଗଷ୍ଟା  ୱେଷ୍ଟଲାଣ୍ଡ ହେଲିକାପ୍ଟର ମାମଲାରେ ଭାରତ ସରକାରଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ଏହି ଦୁର୍ନିତିରେ ଏକ ସହ ଅଭିଯୁକ୍ତ ରାଜୀବ ସକ୍ସେନାକୁ ଆଜି ୟୁଏଇ ସରକାର ଭାରତକୁ ପ୍ରତ୍ୟାର୍ପଣ କରିଛନ୍ତି ।  ଦିନ ୧୧ଟାରେ ତାକୁ ଭାରତୀୟ ଅଧିକାରୀମାନଙ୍କ ହାତରେ ୟୁଏଇ ପକ୍ଷରୁ ସମର୍ପଣ କରାଯାଇଥିଲା । ଏହି ମାମଲାରେ ଆଉ ଏକ ଅଭିଯୁକ୍ତ କର୍ପୋରେଟ ଲବିଷ୍ଟ ଦିପକ ତଲଓ୍ଵାରକୁ ମଧ୍ୟ ଆଜି ରାତିରେ ଭାରତ ଆଣାଯିବାର କାର୍ଯ୍ୟକ୍ରମ ରହିଛି ।  ଭାରତ ସରକାରଙ୍କ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ବହୁ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକାପ୍ଟର କିଣା ବେଳେ ମଧ୍ୟସ୍ଥି ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମାଇକେଲକୁ ଗତ  ଡିସେମ୍ବର ମାସରେ  ଭାରତ ଅଣାଯାଇଥିଲା । ଦୁବାଇ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।