ଓଡିଆନ୍ ନ୍ୟୁଜ

116

ସଂସ୍ଥା ଓ ସଂଗଠନର ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଗଠନ ହେଲା ଅନ୍ତଃମନ୍ତ୍ରୀସ୍ତରୀୟ କମିଟି

Team Odian News |

ସଂସ୍ଥା ଓ ସଂଗଠନର ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଗଠନ ହେଲା ଅନ୍ତଃମନ୍ତ୍ରୀସ୍ତରୀୟ କମିଟି


ଭୁବନେଶ୍ୱର, ୩୧/୧(ଓଡ଼ିଆନ ନ୍ୟୁଜ): ରାଜ୍ୟରେ ଥିବା  ବିଭିନ୍ନ ସଂସ୍ଥା ଓ ସଂଗଠନର ସମସ୍ୟାର ସମାଧାନ ପାଇଁ ଗଠନ ହେଲା ଅନ୍ତଃମନ୍ତ୍ରୀସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଛି ଏହି  ୩ ଜଣିଆ ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି । ଏହି କମିଟିରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଦସ୍ୟ ରହିଛନ୍ତି ।ସୂଚନା ମୁତାବକ ଏହି ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ରାଜ୍ୟର ବିଭିନ୍ନ ସଂଗଠନ ଯଥା, ପୋଲିସ ମହାସଂଘ, ଅଙ୍ଗନୱାଡି ସଂଗଠନ, ଚିଟଫଣ୍ଡ ଜମାକାରୀ ସଂଘ, କୃଷକ ସଂଗଠନ ଭଳି ବିଭିନ୍ନ ସଂଗଠନର ସମସ୍ୟା ଗୁଡ଼ିକ ବିଷୟରେ ତର୍ଜମା କରିବେ । ଏହା ସହ ବିଭିନ୍ନ ସଂସ୍ଥା ଓ ସଂଗଠନ ସହ ସମ୍ମନ୍ୱୟ ରକ୍ଷା କରି ସେମାନଙ୍କ ସମସ୍ୟା ଏବଂ ଦାବିକୁ ନେଇ ସମାଧାନର ବାଟ ବାହାର କରିବ ଏହି ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ।