ଓଡିଆନ୍ ନ୍ୟୁଜ

130

ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ

Team Odian News |

ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ
ନୂଆଦିଲ୍ଲୀ,୩୦/୯(ଓଡ଼ିଆନ୍‍ ନ୍ୟୁଜ୍‍):ବିଜୟା ଦଶମୀ ଓ ଦଶହରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଛି । ଦିଲ୍ଲୀର ଲାଲ୍‌ କିଲ୍ଲା ପଡିଆରେ ଆୟୋଜିତ ରାବଣ ପୋଡି କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ରାବଣ ପୋଡି ପୂର୍ବରୁ ରାଷ୍ଚ୍ରପତି, ଉପରାଷ୍ଟ୍ରପତି ଓ  ପ୍ରଧାନନ୍ତ୍ରୀ ରାମ -ଲକ୍ଷ୍ମଣଙ୍କର ପୂଜାର୍ଚ୍ଚନା କରିଥିଲେ। ଦେଶର ଉନ୍ନତିରେ ସମସ୍ତଙ୍କର ଯୋଗଦାନର ଆବଶ୍ୟକତା ଅଛି ବୋଲି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି । ନିଷ୍ଠାପର ଭାବେ କାମ କଲେ ଦେଶର ଉନ୍ନତି ହେବ ବୋଲି  ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।
ରାମଙ୍କ ପରି ସଂକଳ୍ପ କରି କାମ କରିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ଅଧର୍ମ ଉପରେ ଧର୍ମର ବିଜୟ ହେଉଛି ବିଜୟା ଦଶମୀର ବାର୍ତ୍ତା ।ଏହି ଉତ୍ସବ ଆମ ପରମ୍ପରା ସହ ଜଡିତ ,ସବୁ ଲୋକ ନିଜ ଭିତରେ ଥିବା ରାବଣକୁ ଦହନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହାପରେ ରାବଣ ସହ କୁମ୍ଭକର୍ଣ୍ଣ ଓ ମେଘନାଦଙ୍କର ପ୍ରତିମୂର୍ତ୍ତିକୁ ଦହନ କରାଯାଇଥିଲା।